ପିଆଇବି ପରାମର୍ଶ : ଜାଣନ୍ତୁ କିଭଳି ରହିବେ ଲକ୍‌ଡା‌ଉନ୍‌ରେ

କରୋନା ସମୟର ହିରୋ

ରାଜ୍ୟ ପୁଲିସକୁ ଟିକା ସୁରକ୍ଷା: ଦ୍ବିତୀୟ ଲହରରେ ୪୦୦ ସଂକ୍ରମିତ; ୪ ମୃତ

ନୂଆଦିଲ୍ଲୀ : ଦିନେ ଘରୁ ନ ବାହାରିଲେ ଏକୁଟିଆପଣ ମାଡ଼ି ବସୁଛି। ନାନାଦି ଚିନ୍ତା ମୁଣ୍ଡକୁ ଘାରୁଛି। ୨୧ ଦିନ କେମିତି ଘରେ ଏକାକୀ ରହିବେ ସେନେଇ ଅନେକଙ୍କୁ ଚିନ୍ତା ଘାରିଛି। ତେବେ ୨୧ ଦିନ କିଭଳି ଲକ୍‌ଡାଉନ୍‌ରେ ରହିବେ ସେନେଇ ପିଆଇବି ପକ୍ଷରୁ ଏକ ପୋଷ୍ଟ୍‌ ଜାରି କରି ଲୋକମାନଙ୍କୁ ୨୧ ଦିନ କିଭଳି ରହିବାକୁ ହେବ ସେନେଇ କିଛି ପରାମର୍ଶ ଦିଆଯାଇଛି। ଏହି ୨୧ ଦିନ ସମୟ ମଧ୍ୟରେ ମଣିଷ କିଛି ନୂଆ ଅଭ୍ୟାସ ଆପଣାଇ ପାରିବ। ମଣିଷ ତା'ର ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣିପାରିବ। ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇ କୁହାଯାଇଛି ଯେ, ପ୍ରତ୍ୟହ ସକାଳୁ ଉଠି ଯୋଗ ଏବଂ ପ୍ରାଣାୟମ କରିବା ବହୁତ ଭଲ। ଏହି ସମୟରେ ସୁଷମ ଖାଦ୍ୟ ଗ୍ରହଣ କରିବାକୁ ହେବ। ଜଣେ ଆମେରିକୀୟ ଡାକ୍ତରଙ୍କ କହିବା ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ କିଛି ନୂଆ ଅଭ୍ୟାସ ଆରମ୍ଭ କରିବା ପାଇଁ କିମ୍ବା କିଛି ପୂରୁଣା ଅଭ୍ୟାସ ଭାଙ୍ଗିବାପାଇଁ ୨୧ ଦିନ ସମୟ ଲାଗିଥାଏ। ତେଣୁ କୌଣସି ନୂଆ ଅଭ୍ୟାସ ଆରମ୍ଭ କରିବାପାଇଁ ‌ଲୋକେ ଏହି ସମୟକୁ ବ୍ୟବହାର କରିପାରିବେ। ଅନେକ ସେଲିବ୍ରିଟି ୩ ସପ୍ତାହ ସମୟ କିଭଳି କାଟିବେ ସେନେଇ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ତେଣୁ ପ୍ରତ୍ୟେକ ବ୍ୟକ୍ତି ଏହ‌ି ୨୧ ଦିନର ସମୟକୁ ନଷ୍ଟ ନକରି ସଠିକ୍‌ ଢଙ୍ଗରେ କାମରେ ଲଗାଇ ପାରିବେ।

କରୋନା ସମୟର ହିରୋ
ନୂଆଦିଲ୍ଲୀ : କରୋନା ଭାଇରସ୍‌ ମହାମାରୀ ସମୟରେ ଯେଉଁଠି ୯୦ ପ୍ରତିଶତ ବିଶ୍ବ ଅଚଳ ହୋଇଯାଇଛି, ସେଠାରେ ଲୋକଙ୍କୁ ପ୍ରତିକୂଳ ପରିସ୍ଥିତିରେ ସେବା ଯୋଗାଇ ଦେବାପାଇଁ ବିଭିନ୍ନ କ୍ଷେତ୍ରର ସେବା ପ୍ରଦାନକାରୀ ସମ୍ମୁଖରେ ରହିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଓ ସୁବିଧା ଯୋଗାଣକାରୀ, ସୁରକ୍ଷାକର୍ମୀ, ମିଡିଆ କର୍ମୀ, ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀମାନେ ଏବେ ଲୋକଙ୍କ ସେବାରେ ପୂର୍ଣ୍ଣ ନିୟୋଜିତ ଅଛନ୍ତି। ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସେବା ଯୋଗାଇବା ଏକ ବହୁତ ବଡ଼ ଚ୍ୟାଲେଂଜ ଥିବାବେଳେ ଗୁରୁତ୍ବପୂର୍ଣ୍ଣ ସାମାଜିକ ଦାୟିତ୍ବ ନିର୍ବାହ କରିବାକୁ ଏହି ସେବା ପ୍ରଦାନକାରୀମାନେ କେବେ ପଛଘୁଞ୍ଚା ଦେଉନାହାନ୍ତି। ଯେତେବେଳେ କରୋନାକୁ ନେଇ ସବୁଠି ସଂକ୍ରମଣର ଭୟ ‌ ସେଠି ମିଥ୍ୟା ପ୍ରଚାର ମଧ୍ୟ କମ୍‌ ନାହିଁ। ଖବରକାଗଜ ମାଧ୍ୟମରେ କରୋନା ବ୍ୟାପୁଛି ବୋଲି ‌ ସୋସିଆଲ ମିଡିଆରେ ବ୍ୟାପକ ମିଥ୍ୟା ପ୍ରଚାର ହୋଇଥିଲେ ମଧ୍ୟ ଜନସାଧାରଣ ଏବେ ସଠିକ୍‌ ତଥ୍ୟ ଅବଗତ ହୋଇଛନ୍ତି ଏବଂ ଖବରକାଗଜ ହିଁ ସବୁଠାରୁ ବିଶ୍ବସନୀୟ ମାଧ୍ୟମ ପ୍ରମାଣିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe