ଆବଶ୍ୟକ ହେଲେ ଆଇନ ଉଲ୍ଲଂଘନକାରୀଙ୍କୁ ଦେଖିବା ମାତ୍ରେ ଗୁଳି: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

Advertisment
ଆବଶ୍ୟକ ହେଲେ ଆଇନ ଉଲ୍ଲଂଘନକାରୀଙ୍କୁ ଦେଖିବା ମାତ୍ରେ ଗୁଳି: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

Times of India

ହାଇଦ୍ରାବାଦ : କରୋନା ମୁକାବିଲା ପାଇଁ ଏବେ ସବୁଠି ତତ୍ପରତା ପ୍ରକାଶ ପାଇଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନ ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ୨୧ ଦିନ ପାଇଁ ସମଗ୍ର ଦେଶରେ କର୍ଫ୍ୟୁ ଜାରି ହୋଇଛି। ତେବେ କର୍ଫ୍ୟୁକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯଦି ଲୋକେ କର୍ଫ୍ୟୁକୁ ନ ମାନି ରାସ୍ତାକୁ ଆସନ୍ତି ତେବେ ‘ଦେଖିବା ମାତ୍ରେ ଗୁଳି’ ନିର୍ଦ୍ଦେଶ ଦିଆଯାଇ ପାରେ ବୋଲି ସେ କହିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କର୍ଫ୍ୟୁ ମାନିବାକୁ ନିବେଦନ କରିବା ସହ କେହି ରାସ୍ତାକୁ ନ ଆସିବାକୁ ପରାମର୍ଶ ଦେଇଛନ୍ତି। ତେବେ ଯଦି ଲୋକେ କର୍ଫ୍ୟୁ ନ ମାନି ରାସ୍ତାକୁ ଆସନ୍ତି ଏବଂ ପୁଲିସକୁ ଅବମାନନା କରନ୍ତି ତେବେ ଦେଖିବା‌ ମାତ୍ରେ ଗୁଳି କରିବାକୁ କୁହାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯଦି ପରିସ୍ଥିତି ଅଣାୟତ୍ତ ହୁଏ, ତେବେ ସେନା ନିୟୋଜିତ କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି। ସମସ୍ତେ ସାମାଜିକ ଦୂରତ୍ବ ରକ୍ଷା କରିବା ସହ କେହି ରାସ୍ତା‌ରେ ଏକତ୍ରିତ ନ ହେବା ଏବଂ କର୍ଫ୍ୟୁକୁ ଅତି ଗୁରୁତ୍ବର ସହ ନେବାକୁ ରାଜ୍ୟବାସୀଙ୍କୁ ସେ ଆହ୍ବାନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe