ପଙ୍ଗପାଳଙ୍କ ଟାର୍ଗେଟରେ ଦେଶର ଶସ୍ୟକ୍ଷେତ୍ର; କରୁଛନ୍ତି ଅତର୍କିତ ଆକ୍ରମଣ

Advertisment
ପଙ୍ଗପାଳଙ୍କ ଟାର୍ଗେଟରେ ଦେଶର ଶସ୍ୟକ୍ଷେତ୍ର; କରୁଛନ୍ତି ଅତର୍କିତ ଆକ୍ରମଣ

News

ନୂଆଦିଲ୍ଲୀ: ଏପଟେ ଦେଶରୁ କରୋନା ସଂକଟ ନ ଟଳୁଣୁ ସେପଟେ ଚିନ୍ତା ବଢ଼ାଇଲେଣି ଫସଲ ନଷ୍ଟକାରୀ ‌ପଙ୍ଗପାଳ ଦଳ। ଭାରତରେ ଏବେ ଏକ କିସମର କ୍ଷତିକାରକ ପ୍ରବାସୀ ପଙ୍ଗପାଳ ନଜର ଆସିଛନ୍ତି। ଯିଏକି ଦେଶର ଅନେକଗୁଡ଼ିଏ ରାଜ୍ୟର ଚାଷ ଜମିରେ ପଶି ଫସଲ ନଷ୍ଟ କରି ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିବାରେ ଲାଗିଛନ୍ତି। ଏହି ପଙ୍ଗପାଳ ଗୋଷ୍ଠୀଙ୍କ ସାମ୍ନାରେ ଆସୁଥିବା ପ୍ରତ୍ୟେକ ଜିନିଷକୁ ସେମାନେ ନଷ୍ଟ କରି ଦେଉଥିବା କାରଣରୁ ହଜାର ହଜାର ଚାଷୀଙ୍କ ଲକ୍ଷ ଲକ୍ଷ ହେକ୍ଟର ଚାଷଜମି ସେମାନଙ୍କ କବ୍‌ଜାକୁ ଆସି କ୍ଷତିଗ୍ରସ୍ତ ହେଉଛି।

ଏହି ପଙ୍ଗପାଳ ଗୋଷ୍ଠୀଙ୍କର ବଂଶ ବିସ୍ତାର କରିବାର ‌କ୍ଷମତା ଢେର୍‌ ଅଧିକ। ପ୍ରତ୍ୟେକ ବର୍ଗ କିଲୋମିଟର୍‌ରେ ଏକାସାଥିରେ ପ୍ରାୟ ୧୫୦ ମିଲିୟନ୍‌ ପଙ୍ଗପାଳ ଦଳ ଦଳ ହୋଇ ଯାଇଥାନ୍ତି। ଉଚ୍ଚ ତାପମାନ ଯୁକ୍ତ ଅଞ୍ଚଳ ସେମାନଙ୍କୁ ବେଶି ସୁହାଇଥାଏ ଓ ସେମାନେ ଏହିପରି ଅଞ୍ଚଳରେ ଚାଷ ଜମିଗୁଡ଼ିକର ବିଶେଷ କ୍ଷତି ଘଟାଇପାରନ୍ତି ‌ବୋଲି ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ପ୍ରଦାନ କରିଛି।

ଆମେରିକାର ଖାଦ୍ୟ ଓ କୃଷି ସଂସ୍ଥା କହିବା ଅନୁସାରେ, ଏହି ପଙ୍ଗପାଳମାନେ ଗୋଟାଏ ଦିନରେ ୩୫ ହଜାର ଲୋକଙ୍କର ଖାଦ୍ୟଶସ୍ୟ ଖାଇ ଦିଅନ୍ତି। ସେମାନ‌େ ସବୁଜ ପନିପରିବାରୁ ନେଇ ଶସ୍ୟ, ଦାନା ଓ ଖିର ଜାତୀୟ ଖାଦ୍ୟକୁ ଖାଇଦିଅନ୍ତି।

publive-image school Hos

ଗତ ଫେବ୍ରୁଆରି ମାସରେ ଆଫ୍ରିକାର ଇଥୋପିଆ, କେନିଆ ଓ ସୋମାଲିଆର ଲକ୍ଷ ଲକ୍ଷ ହେକ୍ଟର ଚାଷ ଜମିକୁ ପଙ୍ଗପାଳମାନେ ନଷ୍ଟ କରି ସାରିଛନ୍ତି। ଇଥୋପିଆ ଓ ସୋମାଲିଆରେ ଦୀର୍ଘ ୨୫ ବର୍ଷ ପରେ ଏପରି ଦୁର୍ଦ୍ଦିନ ଦେଖିବାକୁ ମିଳିଥିବା ବେଳେ କେନିଆରେ ପ୍ରାୟ ୭୦ ବର୍ଷ ପରେ ଏପରି ଦେଖିବାକୁ ମିଳିିଛି।

୧୯୯୩ ମସିହା ପରଠାରୁ ପାକିସ୍ତାନରେ ଆଉ କେବେ ଆତଙ୍କ ଖେଳାଇ ନଥିବା ଏହି ପଙ୍ଗପାଳ ଦଳଙ୍କୁ ପୁନଶ୍ଚ ଗତବର୍ଷ ଦେଖିବାକୁ ମିଳିଥିଲା।  ଗତବର୍ଷ  ୨୦୧୯ ମସିହା ଜୁନ୍‌ ମାସରେ ପଙ୍ଗପାଳ ଦଳ ଇରାନରୁ ପାକିସ୍ତାନକୁ ଆସିଥିବା ଜାଣିବାକୁ ମିଳିଥିଲା। ପାକିସ୍ତାନରେ ପଶି ଏହି ପଙ୍ଗପାଳ ଦଳ ତୁଳା, ଗହମ ଏବଂ ମକା ଜାତୀୟ ଆଦି ଚାଷ ସାମଗ୍ରୀକୁ ନଷ୍ଟ କରି ଦେଇଥିଲେ।

ସେହିପରି ଏହି ପଙ୍ଗପାଳ ଦଳ ଏବେ ଆମ ଦେଶ ଭାରତର ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ହରିଆଣା ଆଦି ରାଜ୍ୟରେ ଅନେକ ଫସଲ ନଷ୍ଟ କରି ସାରିଲେଣି। ତେବେ, ଜାଣିବାକୁ ମିଳିଛି ଯେ ଏହି ଦଳ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନର ସୀମା ଅତିକ୍ରମ କରିବା ପରେ ଆମ ଦେଶକୁ ପ୍ରବେଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe