ପଞ୍ଚମ ପର୍ଯ୍ୟାୟର ସବୁଠାରୁ ଧନୀ ପ୍ରାର୍ଥୀଙ୍କ ସଂପତ୍ତିର ମୂଲ୍ୟ ୨୧୨ କୋଟିରୁ ଅଧିକ, ସବୁଠାରୁ ଗରିବ ହେଉଛନ୍ତି...

Advertisment
ପଞ୍ଚମ ପର୍ଯ୍ୟାୟର ସବୁଠାରୁ ଧନୀ ପ୍ରାର୍ଥୀଙ୍କ ସଂପତ୍ତିର ମୂଲ୍ୟ ୨୧୨ କୋଟିରୁ ଅଧିକ, ସବୁଠାରୁ ଗରିବ ହେଉଛନ୍ତି...

ନୂଆଦିଲ୍ଲୀ: ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ନିର୍ବାଚନମଣ୍ଡଳୀରୁ ମତଦାତା ଆଜି ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମତଦାନ କରୁଛନ୍ତି। ୬୯୫ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରତି ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୩.୫୬ କୋଟି ଟଙ୍କ‌ା ଅଟେ। ଏହି ପର୍ଯ୍ୟାୟର ପ୍ରମୁଖ ଚେହେରାମାନଙ୍କ ମଧ୍ୟରେ ରାହୁଲ ଗାନ୍ଧୀ, ସ୍ମୃତି ଇରାନୀ, କରଣ ଭୂଷଣ ସିଂ ଏବଂ ଚିରାଗ ପାସୱାନ୍ ରହିଛନ୍ତି।

୬୯୫  ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୨୭ ଜଣ (୩୩%) ପ୍ରାର୍ଥୀ କୋଟିପତି ଅଟନ୍ତି। ଜଣାପଡିଛି ଯେ ୮୬ ପ୍ରାର୍ଥୀଙ୍କ ସମ୍ପତ୍ତି ୫ କୋଟି ଏବଂ ତା’ଠାରୁ ଅଧିକ, ୭୩ ପ୍ରାର୍ଥୀଙ୍କ ସମ୍ପତ୍ତି ୨ କୋଟିରୁ ୫ କୋଟି ମଧ୍ୟରେ, ୧୬୨ ପ୍ରାର୍ଥୀଙ୍କ ସମ୍ପତ୍ତି ୫୦ ଲକ୍ଷରୁ୨ କୋଟି ମଧ୍ୟରେ, ୧୭୫ ପ୍ରାର୍ଥୀଙ୍କ ସମ୍ପତ୍ତି ୧୦ ଲକ୍ଷ ଟଙ୍କାରୁ ୫୦ ଲକ୍ଷ ଟଙ୍କା ଭିତରେ ରହିଛି। ସେହିପରି ୧୯୯ ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୧୦ ଲକ୍ଷ ଟଙ୍କାରୁ କମ୍‌ ଅଟେ।

ପଞ୍ଚମ ପର୍ଯ୍ୟାୟ ମତଦାନରେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ବିଜେପିର ଅନୁରାଗ ଶର୍ମା, ଯିଏ ୟୁପିର ଝାନ୍‌ସୀପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶର୍ମା ଶ୍ରୀ ‌ବୈଦ୍ୟନାଥ ଆୟୁର୍ବେଦ ଭବନ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ। ତାଙ୍କର ମୋଟ ସମ୍ପତ୍ତି ୨୧୨ କୋଟି ଟଙ୍କାରୁ ଅଧିକ। ଦ୍ବିତୀୟ ଧନୀ ହେଉଛନ୍ତି ମହାରାଷ୍ଟ୍ରର ଭିୱାଣ୍ଡିର ସ୍ବାଧୀନ ପ୍ରାର୍ଥୀ ନିଲୋ ଭବବାନ। ତାଙ୍କ ନିକଟରେ ୧୧୬ କୋଟି ଟଙ୍କ‌ାର ସଂପତ୍ତି ଅଛି। ସେହିପରି ୧୧୦ କୋଟି ଟଙ୍କାର ମାଲିକ ପିୟୂଷ ଗୋଏଲ ହେଉଛନ୍ତି ଏ ପର୍ଯ୍ୟାୟର ତୃତୀୟ ଧନୀ ପ୍ରାର୍ଥୀ।

ଏହି ପର୍ଯ୍ୟାୟର ସବୁଠାରୁ ଗରିବ ପ୍ରାର୍ଥୀ ହେଉଛନ୍ତି ଜମ୍ମୁ-କଶ୍ମୀର ବାରମୁଳାର ସ୍ବାଧୀନ ପ୍ରାର୍ଥୀ ମୋହମ୍ମଦ ସୁଲତାନ ଗାନି। ତାଙ୍କ ପାଖରେ ୬୭ ଟଙ୍କାର ସଂପତି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe