କୃଷି ଆଇନକୁ ବିରୋଧ କରି ବିରୋଧୀ ଦଳର ହଟ୍ଟଗୋଳ ଜାରି; ଲୋକସଭା ବାରମ୍ବାର ମୁଲତବୀ; ହୋଇପାରୁନି ଆଲୋଚନା

Advertisment
ବଜେଟ ଅଧିବେଶନ ପୂର୍ବରୁ ସବୁ ନିଲମ୍ବିତ ସାଂସଦଙ୍କ ନିଲମ୍ବନ ଆଦେଶ ରଦ୍ଦ ହେବ !

ନୂଆଦିଲ୍ଲୀ: ବିରୋଧୀ ଦଳର ସଦସ୍ୟମାନେ ଆଜି (ବୁଧବାର) ଲୋକସଭାରେ କୃଷି ଆଇନ ବିରୋଧରେ ହଟ୍ଟଗୋଳ ଜାରି ରଖିଥିବାରୁ ଗୃହକୁ ବାରମ୍ବାର ମୁଲତବୀ ରଖିବା ପାଇଁ ପଡ଼ିଛି। ବିରୋଧୀ ଦଳର ସଦସ୍ୟମାନେ ନୂତନ କୃଷି ଆଇନ ଉପରେ ପୃଥକ ଆଲୋଚନା କରିବାକୁ ଦାବି କରି ଲୋକସଭା ମଧ୍ୟରେ ହଟ୍ଟଗୋଳ କରିବାରୁ ବାଚସ୍ପତି ଓମ ବିର୍ଲାଙ୍କ ଦ୍ୱାରା ଗୃହ କାର୍ଯ୍ୟକୁ ମୁଲତବୀ ରଖାଯାଇଛି।

ବିରୋଧୀ ଦଳଗୁଡ଼ିକ ନୂତନ କୃଷି ଆଇନକୁ ରଦ୍ଦ କରିବାକୁ ଦାବି କରିଛନ୍ତି। ଅପରାହ୍ନ ୪ ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଲୋକସଭାରେ କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରି କହିଛନ୍ତି ଯେ ଏହି ମାମଲା ଦେଶର ଭାବମୂର୍ତ୍ତିକୁ ବଦନାମ କରୁଛି। ସେ କହିଛନ୍ତି, ଆମେ ଚିନ୍ତିତ ଯେ କଂଗ୍ରେସ ଏବଂ ଡିଏମକେ ସମେତ ଅନେକ ବିରୋଧୀ ଦଳ ସରକାରଙ୍କୁ ଏହି ବିବାଦୀୟ କୃଷି ଆଇନକୁ ସମ୍ମାନର ପ୍ରସଙ୍ଗ ନକରି ପ୍ରତ୍ୟାହାର କରିବାକୁ ଏବଂ ଆନ୍ଦୋଳନକାରୀ ଚାଷୀଙ୍କୁ ଶତ୍ରୁ ଭାବରେ ଗ୍ରହଣ ନକରିବାକୁ କହିଛନ୍ତି।

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ଗୃହକାର୍ଯ୍ୟକୁ ୪ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖା ଯାଇଥିଲା। ଅନେକ ବିରୋଧୀ ସଦସ୍ୟ ଗୃହର ମଧ୍ୟଭାଗ ଭିତରକୁ ପଶି ଚାଷ ଆଇନକୁ ବିରୋଧ କରିଥିଲେ। ସଦସ୍ୟମାନଙ୍କୁ ନିଜ ଆସନକୁ ଫେରିବାକୁ ଅନୁରୋଧ କରି ବାଚସ୍ପତି ଓମ ର୍ବିଲା କହିଥିଲେ ଯେ ସେମାନେ ଗୃହର ସମ୍ମାନ ରକ୍ଷା କରିବା ଉଚିତ। ନଚେତ୍‌ ତାଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ।

କିନ୍ତୁ ବିରୋଧୀ ଦଳର ସଦସ୍ୟମାନେ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଫଳରେ ଦ୍ୱିତୀୟ ଥର ପାଇଁ ଗୃହ କାର୍ଯ୍ୟକୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ମୁଲତବୀ ରଖା ଯାଇଥିଲା।
ଗୃହ କାର୍ଯ୍ୟ ପୁନଃ ଆରମ୍ଭ ହେବା ମାତ୍ରେ ବିରୋଧୀ ନେତାମାନେ ରାଷ୍ଟ୍ରପତିଙ୍କ ଭାଷଣ ତଥା କୃଷକଙ୍କ ପ୍ରସଙ୍ଗରେ ପୃଥକ ଆଲୋଚନା କରିବାକୁ ଦାବି କରିଥିଲେ। ଏବଂ ଏହାକୁ କେନ୍ଦ୍ର କରି ହଟ୍ଟଗୋଳ ଆରମ୍ଭ କରିଥିଲେ। ଫଳରେ ତୃତୀୟ ଥର ପାଇଁ ସନ୍ଧ୍ୟା ୭ ଟା ଗୃହକୁ ମୁଲତବୀ ରଖା ଯାଇଥିଲା।

୭ଟାରେ ମଧ୍ୟ ଗୃହକାର୍ଯ୍ୟ ଆରମ୍ଭ ହେବା ସହ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଯିବାରୁ ବାଚସ୍ପତି ଚତୁର୍ଥ ଥର ପାଇଁ ରାତି ୯ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe