ମୌସୁମୀ ଅଧିବେଶନ ଆରମ୍ଭ ହେବା ପରେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଲୋକସଭା ମୁଲତବୀ

ମୌସୁମୀ ଅଧିବେଶନ ଆରମ୍ଭ ହେବା ପରେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଲୋକସଭା ମୁଲତବୀ

Image Courtesy of The Hindu

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୧ଟା ବେଳେ ଲୋକସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରେ ବାଚସ୍ପତି ଓମ୍‌ ବିର୍ଲା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ସିନ୍‌ଜୋ ଆବେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଛନ୍ତି।

ସଂସଦରେ ମୌସୁମୀ ଅଧିବେଶ ଆରମ୍ଭ ହେବା ପରେ ଉଭୟ ଗୃହ ନିମନ୍ତେ ନବନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ।

ସେପଟେ, ଗୁରୁତ୍ବପୂର୍ଣ୍ଣ ଆଲୋଚନା ଓ ବିତର୍କରେ ଅଂଶଗ୍ରହଣ କରି ଅଧିବେଶନକୁ ଯେତେ ପାରି ସେତେ ଅଧିକ ଫଳପ୍ରସୂ କରିବା ଲାଗି ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦମାନଙ୍କୁ ଅନୁରୋଧ କରିଛନ୍ତି।

ସଂସଦ ପରିସରରେ ପହଞ୍ଚି ସାମ୍ବାଦିକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସମସ୍ତଙ୍କ ପ୍ରୟାସ ବଳରେ ସଂସଦ କାର୍ଯ୍ୟ କରେ ଏବଂ ସର୍ବୋତ୍ତମ ନିଷ୍ପତ୍ତି ଗ୍ରହଣ କରୁଥିବାରୁ ସମସ୍ତ ସାଂସଦଙ୍କୁ ଅନୁରୋଧ କରୁଛି ସେମାନେ ଏହି ଅଧିବେଶନର ପୂର୍ଣ୍ଣ ସଦୁପଯୋଗ କରନ୍ତୁ।

publive-image Image Courtesy of Goa Chronicle

ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ଏବଂ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ଥିବାରୁ ସଂସଦର ଏହି ଅଧିବେଶନ ବେଶ୍‌ ଗୁରୁତ୍ବ ବହନ କରୁଥିବା କଥା ସେ କହିଛନ୍ତି।

ମନରେ ଦ୍ବିଧା ନ ରଖି ସଂସଦରେ ବିତର୍କ ଓ ଆଲୋଚନା ହେବା ଉଚିତ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଶୀର୍ଷସ୍ତରୀୟ ମନ୍ତ୍ରୀମାନଙ୍କ ସହିତ ସଂସଦ ପରିସରରେ ବୈଠକ କରିଥିଲେ।

ସୂଚନାଯୋଗ୍ୟ, ଆଜି ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଦେଶର ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ଚାଲିଛି।

ସଂସଦର ମୌସୁମୀ ଅଧିବେଶନର ଆଗରୁ ଆଜି ସକାଳେ ବାଚସ୍ପତି ଓମ୍‌ ବିର୍ଲା ଟୁଇଟ୍‌ କରି ଲେଖିଥିଲେ: ସକାଳ ୧୧ଟା ବେଳେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଜନସାଧାଣଙ୍କ ସ୍ବାର୍ଥଜଡ଼ିତ ବିଷୟ ଉପରେ ସାର୍ଥକ ଆଲୋଚନା ହେବ ବୋଲି ଦେଶବାସୀ ଚାହିଁ ବସିଛନ୍ତି। ମାନନୀୟ ସଦସ୍ୟମାନେ ଦେଶର ହିତ ନିମନ୍ତେ ଆଗତ ବିଷୟବସ୍ତୁ ଉପରେ ସକାରାତ୍ମକ ବିଚାରଧାରା ବ୍ୟକ୍ତ କରିବେ। ଆଶା କରେ, ସବୁ ଦଳ ଗୃହର ସମ୍ମାନ ଓ ଶାଳୀନତାକୁ ସମୃଦ୍ଧ କରି ଯୋଗ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe