୨୩ରେ ବାହାରିବ ପରୀକ୍ଷା ଫଳ, ଜାଣନ୍ତୁ ମେଣ୍ଟ ସରକାର ହେଲେ କିଏ ହୋଇପାରନ୍ତି ପ୍ରଧାନମନ୍ତ୍ରୀ

Advertisment
କିଏ ହେବେ ପ୍ରଧାନମନ୍ତ୍ରୀ ?  କହନ୍ତୁ, ଟଙ୍କା ପାଆନ୍ତୁ

.amarujala.com

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯ର ଅନ୍ତିମ ପର୍ଯ୍ୟାୟରେ ଆସନ୍ତାକାଲି ମତଦାନ ହେବାକୁ ଥିବା ବେଳେ ଜାତୀୟ ରାଜନୀତି ସମଗରମ ରହିଛି । ବିଶେଷ କରି କିଏ ହେବେ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ, ତା’ ଉପରେ ରହିଛି ସମସ୍ତଙ୍କ ନଜର। ନିକଟରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ନିଜ ବୟାନରେ କହିଥିଲେ ଯେ, ଯଦି ତାଙ୍କ ପାର୍ଟିକୁ ପ୍ରଧାନମନ୍ତ୍ରୀ ନମିଳେ, ତେବେ ତାଙ୍କର କୌଣସି ଆପତ୍ତି ନାହିଁ । ଆଉ ଏପରି ହେଲେ, ପୁଣି ଥରେ ଅଣ-ବିଜେପି ଦଳଗୁଡିକ ସହ ହାତ ମିଶାଇବାରେ କଂଗ୍ରେସକୁ କୌଣସି ଅସୁବିଧା ହେବ ନାହିଁ ।

କୁହାଯାଉଛି, ବିଜେପିର ଶକ୍ତି ହିଁ, ସେମାନଙ୍କ ଦୁର୍ବଳତା ଅଟେ । କାହିଁକି ନା ପ୍ରଧାନମନ୍ତ୍ରୀ ପଦ ପାଇଁ ଭାରତୀୟ ଜନତା ପାର୍ଟି କାହା ସହ ମେଣ୍ଟ କରି ନପାରେ । କେବଳ ଏତିକି ନୁହେଁ, ବଡ ମନ୍ତ୍ରାଳୟ ଯେପରିକି ଗୃହ ବିଭାଗ, ପ୍ରତିରକ୍ଷା ବିଭାଗ ଏବଂ ରେଲୱେ ଭଳି ବିଭାଗ ବିଜେପି ଠାରୁ ଅକ୍ତିଆର କରିବା କୌଣସି ଆଞ୍ଚଳିକ ଦଳଗୁଡିକ ପାଇଁ ହୁଏତ ସହଜ ହେବ ନାହିଁ।

ମଇ ୨୩ ତାରିଖରେ ନିର୍ବାଚନ ଫଳାଫଳ ଆସିବା ପରେ ତିନି ପ୍ରକାର ସମୀକରଣ ହୋଇପାରେ 

୧. ମୋଦିଙ୍କ ନେତୃତ୍ୱରେ ଏନଡିଏକୁ ପୂର୍ଣ୍ଣ ବହୁମତ ।

୨. ମୋଦିଙ୍କ ନେତୃତ୍ୱରେ ଏନଡିଏ ୨୭୨ର ମ୍ୟାଜିକ୍‌ ନମ୍ବର ଛୁଇଁ ନପାରେ, କିନ୍ତୁ ୨୩୦ରୁ ଅଧିକ ସିଟ୍‌ ଅକ୍ତିଆର କରିପାରେ । ଆଉ ଏପରି ସ୍ଥିତି ହେଲେ, ୱାଇଆରଏସ, କଂଗ୍ରେସ, ଟିଆରଏସ୍‌, ବିଜେଡି ଭଳି ଆଞ୍ଚଳିକ ଦଳଗୁଡିକର ସମର୍ଥନରେ ନୂଆ ଚିତ୍ର ଦେଖିବାକୁ ମିଳିପାରେ ।

୩. ଆଉ ତୃତୀୟ ସମୀକରଣ ଏପରି ହୋଇପାରେ, ଅଣ-ବିଜେପି ଦଳଗୁଡିକୁ ୩୦୦ରୁ ଅଧିକ ସିଟ୍‌ ମିଳିପାରେ ।

ରାଜନୀତିର ଏହି ରୋଚକ ଆଲୋଚନା ଭିତରେ ଆଉ ଏକ ବଡ କଥା ସାମ୍ନାକୁ ଆସିଛି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଥରେ ହେଲେ ମଧ୍ୟ ରାହୁଲ ଗାନ୍ଧିଙ୍କ ନାମ ପ୍ରଧାନମନ୍ତ୍ରୀ ପଦ ପାଇଁ କହି ନାହିଁ । କେବଳ ଏତିକି ନୁହେଁ, ରାହୁଲ ମଧ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ କେବେ ନିଜକୁ ପ୍ରୋଜେକ୍ଟ କରି ନାହାନ୍ତି । ତେବେ ତାମିଲନାଡୁରେ ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ୍‌ ଗୋଟିଏ ଥର ରାହୁଲଙ୍କ ନାମ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରୋଜେକ୍ଟ କରିଥିଲେ। ତେବେ ଏହାରି ଭିତରେ ସମସ୍ତଙ୍କ ଅପେକ୍ଷା ଆସନ୍ତା ୨୩ ତାରିଖରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe