‌ଲୋକସଭା ନିର୍ବାଚନ ୨୦୨୪: ପଶ୍ଚିମବଙ୍ଗରେ ୭ ପର୍ଯ୍ୟାୟରେ ମତଦାନ

‌ଲୋକସଭା ନିର୍ବାଚନ ୨୦୨୪: ପଶ୍ଚିମବଙ୍ଗରେ ୭ ପର୍ଯ୍ୟାୟରେ ମତଦାନ

‌ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନ ୧୮ ତମ ଲୋକସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରି କହିଛନ୍ତି, ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଓ ଜୁନ ୧ରେ ୭ମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଜୁନ ୪ରେ ଭୋଟ ଗଣତି ହେବ ।

ପଶ୍ଚିମବଙ୍ଗରେ ୪୨ ଲୋକସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ଭ‌ୋଟ ଗ୍ରହଣ କରାଯିବ। ଏପ୍ରିଲ ୧୯, ଏପ୍ରିଲ୍ ୨୬, ମେ’ ୭, ମେ’୧୩, ମେ’୨୦, ମେ’ ୨୫ ଏବଂ ଜୁନ୍ ୧ରେ ରାଜ୍ୟରେ ଭୋଟିଂ କରାଯିବ। ଏହା ସହିତ ଫଳାଫଳ ଜୁନ୍ ୪ରେ ଘୋଷଣା କରାଯିବ ବୋଲ ନିର୍ବାଚନ କମିସନ କହିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩ ଟି ଲୋକସଭା ଆସନ ପାଇଁ ମତଦାନ କରାଯିବ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୩, ତୃତୀୟ ପର୍ଯ୍ୟାୟରେ ୪, ଚତୁର୍ଥ ପର୍ଯ୍ୟାୟରେ ୮, ପଞ୍ଚମ ପର୍ଯ୍ୟାୟରେ ୭, ଷଷ୍ଠ ପର୍ଯ୍ୟାୟରେ ୮ ଏବଂ ସପ୍ତମ ପର୍ଯ୍ୟାୟରେ ୯ ଆସନରେ ଭୋଟ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିସନ ଘୋଷଣା କରିଛନ୍ତି।

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ରାଜ୍ୟରେ ୧୮ ଲୋକସଭା ଆସନ ହା‌ତେଇଥିବାବେଳେ ଟିଏମସି ୨୨ ଆସନରେ ବିଜୟୀ ହୋଇଥିଲା। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଏବଂ ଟିଏମସି ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe