ମତଗଣନା ଚାଲିଥିବା ବେଳେ ନିଜ ବିଜୟ ପକ୍କା ବୋଲି କହିଲେ ହେମାମାଳିନୀ

Advertisment
ମତଗଣନା ଚାଲିଥିବା ବେଳେ ନିଜ ବିଜୟ ପକ୍କା ବୋଲି କହିଲେ ହେମାମାଳିନୀ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଜୁନ ୪ ତାରିଖ‌ରେ ନିର୍ବାଚନ ବାତାବରଣ ଦେଖା ଦେଇଛି। ଲୋକସଭା ନିର୍ବାଚନରେ କାହାର ହେବ ଜୟ କିଏ ହେବ ପରାଜୟ ତାହାକୁ ନେଇ ଚାଲିଛି ମତଗଣନା। ତେବେ ଏହାର ଅନ୍ତ ଘଟିବାକୁ ଆଉ ଅଳ୍ପ ସମୟ ବାକି ଅଛି।

ଚଳିତ ନିର୍ବାଚନକୁ ନେଇ ଅଭିନେତ୍ରୀ ତଥା ମଥୁରା ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ହେମାମାଳିନୀ ଆଶ୍ବସ୍ତି ଅଛନ୍ତି। ତାଙ୍କର ବିଶ୍ବାସ ଯେ ୨୦୨୪ ଲୋକସଭା ନିର୍ବାଚନରେ ସେ ନିଶ୍ଚୟ ବିଜୟୀ ହେବ। କାରଣ ତାଙ୍କ ପାଖରେ ଭଗବାନ ଶ୍ରୀକୃଷ୍ଣଙ୍କ ଆର୍ଶୀବାଦ ଅଛି ବୋଲି ହେମା କହିଛନ୍ତି।

ହେମା ମାଲିନୀ କ୍ରମାଗତ ଭାବେ ତୃତୀୟ ଥର ନିର୍ବାଚନ ଲଢ଼ୁଛନ୍ତି। ଅଭିନେତ୍ରୀ ଗତଥର ନିର୍ବାଚନରେ ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନ ପାଇଁ ଜୁନ ୪ ତାରିଖରେ ସକାଳୁ ଭୋଟଗଣତି ଆରମ୍ଭ ହୋଇଯାଇଛି। ଏଥିରେ ହେମାମାଳିନୀ ଆଗ‌ରେ ଥିବା ଜଣାପଡ଼ିଛି।

ହେମା କହିଛନ୍ତି, ଚଳିତଥର ବିଜେପି ନିଶ୍ଚୟ ଜିତିବ। ଭଗବାନଙ୍କ ଆର୍ଶୀବାଦ ଓ ଶ୍ରୀକୃଷ୍ଣଙ୍କ କୃପାରୁ ମୁଁ କ୍ରମାଗତ ଭାବେ ନିର୍ବାଚନ ଜିତି ଆସୁଛି। ଚଳିତଥର ବିଜୟୀ ହେଲେ ମଥୁରା ଓ ବୃନ୍ଦାବନ ପାଇଁ ଯାହା କରିବା ପାଇଁ ପ୍ରତିଶୃତି ଦେଇଥିଲି ନିଶ୍ଚୟ କରିବି। ମଥୁରାର ଉନ୍ନତୀ ପାଇଁ ମୁଁ ସବୁବେଳେ ଚିନ୍ତିତ। ମଥୁରାକୁ ଆଗକୁ ବଢ଼ାଇବା ହେଉଛି ମୋର ପ୍ରଥମ କର୍ତ୍ତବ୍ୟ।’

ହେମାମାଳିନୀ ୧ଲକ୍ଷ ୮୦ହଜାର ଭୋଟରେ ଆଗୁଆ ଅଛନ୍ତି।  ୨୦୨୯ରେ ହେମାଙ୍କୁ ୬.୭୧.୨୯୩ ଭୋଟ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe