ଗତ ଥରଭଳି ଏଥର ବି ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ !

Advertisment
ଗତ ଥରଭଳି ଏଥର ବି ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ !

photo-ANI

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଥରଭଳି ଏଥର ବି ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ବାରାଣାସୀ ବ୍ୟତୀତ ପଶ୍ଚିମବଙ୍ଗର ଏକ ଆସନରୁ ପ୍ରାର୍ଥୀ ହୋଇପାରନ୍ତି। ବରିଷ୍ଠ ବିଜେପି ନେତା ମୁକୁଲ ରାୟ ଏହି ସୂଚନା ଜାତୀୟ ଗଣମାଧ୍ୟମକୁ ଦେଇଛନ୍ତି ।

ମୁକୁଲ ରାୟ କହିଛନ୍ତି ଯେ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଭଳି ପ୍ରସ୍ତାବ ଦିଆଯାଇଛି, ସେ ଏଥର ପଶ୍ଚିମବଙ୍ଗର କୌଣସି ଲୋକସଭା ଆସନରୁ ନିର୍ବାଚନ ଲଢ଼ନ୍ତୁ, ଯେଉଁଠାରେ କି ଅନ୍ତିମ ପର୍ଯ୍ୟାୟରେ ମେ’ ମାସ ୧୨ ଏବଂ ୧୯ ତାରିଖରେ ମତଦାନ ହେବ । ମୁକୁଲ ରାୟ କହିଛନ୍ତି, ସେ (ନରେନ୍ଦ୍ର ମୋଦୀ) ଏବେ କିଛି କହି ନାହାନ୍ତି , କିନ୍ତୁ ଆମର ଦୃଢ ଆଶା ଯେ, ସେ ଆମ ପ୍ରସ୍ତାବରେ ରାଜି ହେବେ ।

publive-image PHOTO--FIRSTPOST

ମିଳିଥିବା ସୂଚନା ଅନୁସାରେ ଗତକାଲି ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁରର ବୁନିୟାଦପୁରରେ ହୋଇଥିବା ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ଅନୁରୋଧ କରିଛନ୍ତି । ତେବେ ମୋଦୀ କ’ଣ ନିଷ୍ପତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe