ମାସୁଦ୍‌ ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷିତ କରାଯିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବଡ଼ ସଫଳତା: ଅମିତ୍‌ ଶାହ

ବିଜେପି ନେତାଙ୍କ ବୟାନ ସହ ଭାରତୀୟ ଜନତା ପାର୍ଟିର କୌଣସି ସମ୍ବନ୍ଧ ନାହିଁ: ଅମିତ ଶାହା

photo-indiatoay.in

ଅହମ୍ମଦାବାଦ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ କହିଛନ୍ତି ଯେ ଦଳ ଏଥର ଗତ ଥର ଅପେକ୍ଷା ଅଧିକ ସିଟ୍‌ ହାସଲ କରିବ। ସେ କହିଛନ୍ତି ଯେ ବିଜେପି ଗତ ଥର ୨୮୨ଟି ଆସନରେ ଏକାକୀ ବିଜୟୀ ହୋଇଥିଲା। ଏଥର ଏହାଠୁ ବି ଅଧିକ ଆସନରେ ବିଜୟୀ ହେବ। କେତେକ ଲୋକ କହୁଛନ୍ତି ଯେ ୨୦୧୯ରେ ବିଜେପି ୧୮୦ଟି ଆସନରେ ସୀମିତ ରହିବ। ଏ ସଂପର୍କରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ବିରୋଧୀମାନେ ଗତ ନିର୍ବାଚନ ସମୟରେ ବି ଏକଥା କହୁଥିଲେ। କିନ୍ତୁ ବିରୋଧୀଙ୍କର ଆକଳନ ଭୁଲ ପ୍ରମାଣିତ ହେବ ବୋଲି ଦୃଢ଼ୋକ୍ତି କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ।

ସେ କହିଛନ୍ତି ଯେ ବିଜେପି ଭଳି ଏନଡିଏ ବି ଏଥର ଅଧିକ ଆସନ ଲାଭ କରିବ। ମାସୁଦ୍‌ ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷିତ କରାଯିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବଡ଼ ସଫଳତା। ଏଣୁ ବିଜେପି କାହିଁକି ଏହାର ନିର୍ବାଚନୀ ଫାଇଦା ନ ଉଠାଇବ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe