ପ୍ରିୟଙ୍କାଙ୍କ ଅମେଥି ଗସ୍ତ ସମୟରେ ସହରରେ ଦେଖିବାକୁ ମିଳିଲା ଏଭଳି ପୋଷ୍ଟର, ଠକ ବୋଲି କହି ଲୋକେ ଲେଖିଲେ ମଜାଦାର ସ୍ଲୋଗାନ

Advertisment
ପ୍ରିୟଙ୍କାଙ୍କ ଅମେଥି ଗସ୍ତ ସମୟରେ ସହରରେ ଦେଖିବାକୁ ମିଳିଲା ଏଭଳି ପୋଷ୍ଟର, ଠକ ବୋଲି କହି ଲୋକେ ଲେଖିଲେ ମଜାଦାର ସ୍ଲୋଗାନ

zeenews.india.com

ନୂଆଦିଲ୍ଲୀ : ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ପ୍ରଚାର କରିବାକୁ ଅମେଥିରେ ଯାଇ ପହଞ୍ଚିଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଆୟୋଜିତ ହୋଇଥିବା ସଭାକୁ ସମ୍ବୋଧିତ କରିବା ସହ କଂଗ୍ରେସର କର୍ମକର୍ତ୍ତାମାନଙ୍କ ସହ ଆଗାମୀ ନିର୍ବାଚନକୁ ନେଇ ଆଲୋଚନା କରିଥିଲେ । ତେବେ ଏ ସମୟରେ ସହରର କିଛି କିଛି ସ୍ଥାନରେ ପ୍ରିୟଙ୍କା ବିରୋଧି ସ୍ଲୋଗାନ୍‌ ଲେଖା ଯାଇଥିବାର ନଜର ଆସିଥିଲା । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକେ ଏହାର ମଜା ନେଉଥିବା ଦେଖା ଯାଇଛି ।

publive-image dnaindia.com

କିଛି କିଛି ଫଟୋରେ, ‘ଦେଖ୍‌ ଚୁନାଓ ପହନ ଲି ଶାଢ଼ି, ନହିଁ ଚଲେଗି ଏ ହୁସିଆରୀ’ ବୋଲି ଲେଖାଥିବା ବେଳେ କିଛି ଫଟୋରେ, ‘ମେ ୨୦୧୪ମେଁ ବହୁତ କିଆ ଥା ଓ୍ଵାଦା । ୫ସାଲ୍‌ ବାଦ୍‌ କ୍ୟା ଲେକେ ଆଇ ହୋ ଫିର୍‌ ଅମେଥି କୋ ଛଲନେ କା ଇରାଦା’ ବୋଲି ଲେଖା ଥିବା ଦେଖା ଯାଇଥିଲା । ତେବେ ପ୍ରିୟଙ୍କାଙ୍କ ଫଟୋ ଥିବା ଏହି ସବୁ ପୋଷ୍ଟର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe