ପଞ୍ଜାବ ବନ୍ୟା… ପ୍ରଭାବିତଙ୍କ ପାଖକୁ ଯାଇ ଦୁଃଖ ବୁଝିଲେ ରାହୁଲ ଗାନ୍ଧୀ

ଏହି ଦୁଃଖଦ ସମୟରେ, ଦୁଃଖଦ ପରିସ୍ଥିତିରେ ମୁଁ ପ୍ରତି ପ୍ରଭାବିତ ପରିବାର ସହ ଛିଡ଼ା ହୋଇଛି। ମୁଁ ସେମାନଙ୍କ ସ୍ୱର ଉଠାଇବି ଏବଂ ସେମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇବା ମୋର ସଂକଳ୍ପ ବୋଲି ରାହୁଲ କହିଛନ୍ତି...

New Project (29)

ଚଣ୍ଡିଗଡ଼: ପଞ୍ଜାବ ଗସ୍ତ କରି ବନ୍ୟାଞ୍ଚଳ ବୁଲିଲେ ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ । ବନ୍ୟାରେ କେତେ ପ୍ରଭାବିତ ହୋଇଛି ପଞ୍ଜାବ ? ଜଳ ପ୍ରଳୟରେ କେମିତି ଅଛନ୍ତି ପଞ୍ଜାବବାସୀ ? ପ୍ରଧାନମନ୍ତ୍ରୀଙ୍କ ପରେ ଏବେ ପଞ୍ଜାବ ଯାଇ ନିଜେ ବନ୍ୟାସ୍ଥିତି ଦେଖିବା ସହ କ୍ଷୟକ୍ଷତିର ଆକଳନ କରିଛନ୍ତି ରାହୁଲ ? 

ତେବେ ରାହୁଲ ବନ୍ୟାଞ୍ଚଳକୁ ଟ୍ରାକ୍ଟରରେ ଯାଇଥିଲେ । ସେଠାରେ ପହଞ୍ଚି ବନ୍ୟା ଦ୍ବାରା କ୍ଷତିଗ୍ରସ୍ତ ଚାଷ, ରାସ୍ତା ଅନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଥିଲେ । କ୍ଷତିଗ୍ରସ୍ତ ହୋଇଥିବା ଦିନାନଗରରେ ବନ୍ୟା ପ୍ରଭାବିତଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ ରାହୁଲ । ପଞ୍ଜାବର ସ୍ଥିତି ଅତି ପାଖରୁ ଦେଖିବା ପରେ ରାହୁଲ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି- ବନ୍ୟା ପଞ୍ଜାବରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଆଜି ମୁଁ ବନ୍ୟା ଦ୍ବାରା ପ୍ରଭାବିତ ଲୋକଙ୍କୁ ଭେଟିଲି । ବନ୍ୟା ଘର ଭାଙ୍ଗି ଦେଲା, କ୍ଷେତ ଉଜାଡି ଦେଲା, ଜୀବନ ବି ନେଇଗଲା… ବନ୍ୟାର ପ୍ରହାର ପରେ ସେମାନଙ୍କ ଆଖିରେ ଯନ୍ତ୍ରଣା ସ୍ପଷ୍ଟ ଭାବେ ଜଳଜଳ ହୋଇ ଦିଶୁଛି ହେଲେ ସେମାନଙ୍କ ସାହସ କିନ୍ତୁ ଅଟଳ ରହିଛି । 

ରାଜ୍ୟ ଏବଂ କେନ୍ଦ୍ର ସରକାର ଉଭୟ ନିଶ୍ଚିତ କରିବା ଉଚିତ ଯେ ରିଲିଫ୍ ପ୍ୟାକେଜ୍ ଏବଂ କ୍ଷତିପୂରଣ ପୀଡିତଙ୍କ ପାଖରେ ବିଳମ୍ବ ନହୋଇ ଠିକ ସମୟରେ ପହଞ୍ଚୁ । ଏହି ଦୁଃଖଦ ସମୟରେ, ଦୁଃଖଦ ପରିସ୍ଥିତିରେ ମୁଁ ପ୍ରତି ପ୍ରଭାବିତ ପରିବାର ସହ ଛିଡ଼ା ହୋଇଛି। ମୁଁ ସେମାନଙ୍କ ସ୍ୱର ଉଠାଇବି ଏବଂ ସେମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇବା ମୋର ସଂକଳ୍ପ ବୋଲି ରାହୁଲ କହିଛନ୍ତି ।

ତେବେ ଗତ ୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁଦାସପୁରରେ ବନ୍ୟା ପ୍ରଭାବିତଙ୍କ ସହ କଥା ହୋଇ ଫସଲ ନଷ୍ଟ ବାବଦରେ ପଚାରି ବୁଝିଥିଲେ । ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରି ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe