ଆଗାମୀ ମୌସୁମୀ ଅଧିବେଶନରେ ଲୋକସଭାର ସଦସ୍ୟମାନେ ଦିନକୁ ସର୍ବାଧିକ ୫ଟି ପ୍ରଶ୍ନ ପଚାରି ପାରିବେ

Advertisment
ଆଗାମୀ ମୌସୁମୀ ଅଧିବେଶନରେ ଲୋକସଭାର ସଦସ୍ୟମାନେ ଦିନକୁ ସର୍ବାଧିକ ୫ଟି ପ୍ରଶ୍ନ ପଚାରି ପାରିବେ

ନୂଆଦିଲ୍ଲୀ: ଆଗାମୀ ମୌସୁମୀ ଅଧିବେଶନର ଲୋକସଭାର ସଦସ୍ୟମାନେ ଦିନକୁ ସର୍ବାଧିକ ୫ଟି ପ୍ରଶ୍ନ ପଚାରି ପାରିବେ ବୋଲି ଲୋକସଭା ସଚିବାଳୟ ପକ୍ଷରୁ କୁହାଯାଇଛି। ଏଥିପୂର୍ବରୁ ସଦସ୍ୟମାନେ ଦୈନିକ ୧୦ଟି ପ୍ରଶ୍ନ ପଚାରି ପାରୁଥିଲେ।

ଲୋକସଭାର ‘କୋସ୍‌ଚିନ୍‌ ସେଲ୍‌’ ବା ପ୍ରଶ୍ନ କକ୍ଷ ପକ୍ଷରୁ କୁହାଯାଇଛି ଯେ ଏକଥା ସଦସ୍ୟମାନଙ୍କୁ ଜଣା ଯେ କୌଣସି ବିଶେଷ କ୍ଷେତ୍ରରେ ଦିନକୁ ୧୦ରୁ ଅଧିକ ପ୍ରଶ୍ନ ପଚାରିବା ପାଇଁ ପୂର୍ବରୁ ନୋଟିସ୍‌ ଦିଆଯିବା ବ୍ୟବସ୍ଥା ରହିଥିଲା। ଏହି କାରରଣରୁ ପ୍ରତିଦିନ ପ୍ରାୟ ୨୩୦ ଅତିରିକ୍ତ ପ୍ରଶ୍ନ ପଚରା ଯାଉଥିଲା। ଏହାକୁ ସାମ୍ନାରେ ରଖାଯାଇ ସଂଶୋଧନ ପ୍ରକ୍ରିୟା ଆପଣା ଯାଇଛି।

publive-image

ଲୋକସଭାର ସାଧାରଣ ସଚିବ ସ୍ନେହଲତା ଶ୍ରୀବାସ୍ତବଙ୍କ ଦସ୍ତଖତରେ ଜାରି ଏହି ବିଜ୍ଞପ୍ତିରେ କୁହାଯାଇଛି କି ‘ପୂର୍ବରୁ ରହିଥିବା ୧୦ଟି ପ୍ରଶ୍ନ ପଚାରିବାର ନିୟମକୁ ହ୍ରାସ କରାଯାଉଛି। ଏଣିକି ଲୋକସଭାର ସାଂସଦମାନେ  ଦିନକୁ ସର୍ବାଧିକ ୫ଟି ପ୍ରଶ୍ନ ପଚାରି ପାରିବେ ବୋଲି ଲାଗୁ ହୋଇଛି।’

ଯଦି କୌଣସି ସଦସ୍ୟ ୫ଟି ପ୍ରଶ୍ନରୁ ବେଶି ପଚାରିବା ପାଇଁ ନୋଟିସ୍‌ ଦିଅନ୍ତି ତେବେ ଅନୁମତି ପରଦିନ ପାଇଁ ମିଳିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe