ଲୋକସଭାରେ ଏନସିଟି ବିଲ୍ ପାସ୍ : ଏବେ କୌଣସି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଉପରାଜ୍ୟପାଳଙ୍କ ମତାମତ ଲୋଡ଼ିବେ ଦିଲ୍ଲୀ ସରକାର

ଲୋକସଭାରେ ଏନସିଟି ବିଲ୍ ପାସ୍ : ଏବେ କୌଣସି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଉପରାଜ୍ୟପାଳଙ୍କ ମତାମତ ଲୋଡ଼ିବେ ଦିଲ୍ଲୀ ସରକାର

indiatoday

ନୂଆଦିଲ୍ଲୀ: ଆଜି ଲୋକସଭାରେ ପାରିତ ହୋଇଛି ଦିଲ୍ଲୀର ଜାତୀୟ ରାଜଧାନୀ ଟେରିଟୋରି (ସଂଶୋଧନ) ବିଲ୍, ୨୦୨୧। ଏହି ବିଲ୍ ପାରିତ ହେବା ପରେ ଏବେ ଦିଲ୍ଲୀର ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ମିଳିବ। କଂଗ୍ରେସ ଏବଂ ଆମ ଆଦମୀ ପାର୍ଟିର ବିରୋଧ ସତ୍ତ୍ବେ ଆଜି ଏହା ଲୋକସଭାରେ ପାରିତ ହୋଇଛି। ଏହି ବିଲ୍ ଅନୁଯାୟୀ, ଦିଲ୍ଲୀର ସରକାର ଏବେ କୌଣସି କାର୍ଯ୍ୟାନୁଷ୍ଠାନ ପୂର୍ବରୁ କିମ୍ବା କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଉପରାଜ୍ୟପାଳଙ୍କ ମତାମତ ଲୋଡ଼ିବେ।

ଏହି ବିଲ୍ ପାରିତ ହେବା ପରେ ନିଜ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯେ, ଆଜି ଲୋକସଭାରେ ଜାତୀୟ ରାଜଧାନୀ ଟେରିଟୋରି (ସଂଶୋଧନ) ବିଲ୍, ୨୦୨୧ ପାସ ହେବା ଦିଲ୍ଲୀର ଲୋକଙ୍କ ପାଇଁ ଅପମାନ। ଏହି ବିଲ୍ ଲୋକଙ୍କ ଦ୍ବାରା ଭୋଟ ପାଇ କ୍ଷମତାକୁ ଆସିଥିବା ନେତାଙ୍କ କ୍ଷମତା ଛଡ଼ାଇ ନେଇଛି ଏବଂ ଯେଉଁମାନେ ପରାଜିତ ହୋଇଥିଲେ ସେମାନଙ୍କୁ ଦିଲ୍ଲୀ ଚଳାଇବାକୁ କ୍ଷମତା ପ୍ରଦାନ କରିଛି। ଏପରି ଏକ ବିଲ୍ ପାସ୍ କରି ବିଜେପି ଲୋକଙ୍କୁ ଠକିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe