ବିପୁଳ ପରିମାଣର ଟଙ୍କା ଜବତ ହେବା ପରେ ତାମିଲନାଡୁର ଭେଲୋର ଲୋକସଭା ଆସନରେ ନିର୍ବାଚନ ବାତିଲ

Advertisment
ବିପୁଳ ପରିମାଣର ଟଙ୍କା ଜବତ ହେବା ପରେ ତାମିଲନାଡୁର ଭେଲୋର ଲୋକସଭା ଆସନରେ ନିର୍ବାଚନ ବାତିଲ

ନୂଆଦିଲ୍ଲୀ: ତାମିଲନାଡୁର ଭେଲୋର ଲୋକସଭା ସିଟ୍‌ ପାଇଁ ଏପ୍ରିଲ ୧୮ରେ ହେବାକୁ ଥିବା ମତଦାନ ବାତିଲ କରି ଦିଆଯାଇଛି। ପୂର୍ବରୁ ଏନେଇ ନିର୍ବାଚନ କମିସନ୍‌ ରାଷ୍ଟ୍ରପତିଙ୍କୁ ଏକ ପତ୍ର ପଠାଇଥିବା ବେଳେ ଏପ୍ରିଲ ୧୮ରେ ମତଦାନ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି ।

ସୂଚନାଯୋଗ୍ୟ, ଡିଏମ୍‌କେ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରୁ କିଛିଦିନ ତଳେ କଥିତ ଭାବେ ବିପୁଳ ପରିମାଣର ଟଙ୍କା ଜବତ ହୋଇଥିଲା। ଏକ ସିମେଣ୍ଟ ଗୋଦାମରୁ କୋଟି କୋଟି ଟଙ୍କା ବସ୍ତାରେ ଭର୍ତ୍ତି କରାଯାଇ ରଖାଯାଇଥିଲା ବୋଲି ଜଣାପଡ଼ିଥିଲା। ଏହି ଟଙ୍କା ଜବତ ହେବାପରେ ବିପୁଳ ପରିମାଣର ଟଙ୍କା କାରବାର ହୋଇଥିବା ସନ୍ଦେହ କରି ଭେଲୋର ଲୋକସଭା ସିଟ୍‌ରେ ନିର୍ବାଚନ ସ୍ଥଗିତ ରଖିବା ପାଇଁ ନିର୍ବାଚନ କିମସନ୍‌ ନିଷ୍ପତ୍ତି ନେଇଥିଲେ, ଯାହାକୁ ଏବେ ବାତିଲ୍‌ କରି ଦିଆ ଯାଇଥିବା ସୂଚନା ମିଳିଛି ।

publive-image timesofindia.indiatimes.com

ଜିଲ୍ଲା ପୁଲିସ ଡିଏମ୍‌କେ ପ୍ରାର୍ଥୀ କାଥିର ଆନନ୍ଦ ଓ ପାର୍ଟିର ଦୁଇ ଅନ୍ୟ ପାଦାଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ମାମଲା ଏପ୍ରିଲ ୧୦ରେ ଆୟକର ବିଭାଗର ଏକ ରିପୋର୍ଟ ଆଧାରରେ ରୁଜୁ କରାଯାଇଥିଲା। ଆନନ୍ଦ ବିରୋଧରେ ଜନପ୍ରତିନିଧି ନିୟମ ଆଧାରରେ ମାମଲା ରୁଜୁ ହୋଇଥିବା ବେଳେ ସେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe