ଅଧିକରୁ ଅଧିକ ସାଂସଦ କରୋନା ଆକ୍ରାନ୍ତ ହେଉଥିବାରୁ ଆସନ୍ତା ବୁଧବାରଠାରୁ ଲୋକସଭାରେ ‌ବନ୍ଦ ହୋଇପାରେ ମୌସୁମୀ ଅଧିବେଶନ

Advertisment
ଅଧିକରୁ ଅଧିକ ସାଂସଦ କରୋନା ଆକ୍ରାନ୍ତ ହେଉଥିବାରୁ ଆସନ୍ତା ବୁଧବାରଠାରୁ ଲୋକସଭାରେ ‌ବନ୍ଦ ହୋଇପାରେ ମୌସୁମୀ ଅଧିବେଶନ

Livemint

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ରେ ଲୋକସଭାରେ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ। ‌ଆରମ୍ଭ ଦିନ ହିଁ ୩୦ଜଣ ସାଂସଦ କରୋନା ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା। ସେମାନଙ୍କ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ପରବର୍ତ୍ତୀ ଅଧିବେଶନରେ ସେମାନେ ଯୋଗ ଦେଇନଥିଲେ। ତେବେ ଦିନକୁ ଦିନ ଅଧିକରୁ ଅଧିକ ସାଂସଦ କରୋନା ଆକ୍ରାନ୍ତ ହେଉଥିବାରୁୁ ସେମାନଙ୍କ ସୁରକ୍ଷା ପାାଇଁ ମୌସୁମୀ ଅଧିବେଶନ ବନ୍ଦ ହେବ ବୋଲି ଜଣା ପଡ଼ିଛି। ଆସନ୍ତା ବୁଧବାରଠାରୁ ମୌସୁମୀ ଅଧିବେଶନକୁ ବନ୍ଦ କରିଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ବ୍ୟବସାୟ ଉପଦେଷ୍ଟା କମିଟି ବୈଠକରେ ବିରୋଧୀଙ୍କ ସହ ଆଲୋଚନା କରିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଚଳିତ ମୌସୁମୀ ଅଧିବେଶନରେ ଯୋଗ ଦେଇଥିବା ୩୦ଜଣ ସାଂସଦ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସାଂସଦଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ବହୁ ବିରୋଧୀ ଦଳର ସଦସ୍ୟ ମଧ୍ୟ ଅଧିବେଶନକୁ ବାତିଲ କରିବା ସପକ୍ଷରେ ଥିବା ସୂଚନା ମିଳିଛି । ଆସନ୍ତା ବୁଧବାର ଠାରୁ ଲୋକସଭା ଅଧିବେଶନ ସ୍ଥଗିତ ହେବାର ସମ୍ଭାବନା ରହିଛି । ଏହି ଧାରାରେ ରାଜ୍ୟସଭା ମଧ୍ୟ ନିଷ୍ପତି ନେବେ ବୋଲି ସୂଚନା ମିଳିଛି ।

Monsoon session of Parliament to commence on July 17 DNA India

ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ, ପ୍ରହ୍ଲାଦ ପଟେଲ ଓ ବିଜେପି ରାଜ୍ୟସଭା ସାଂସଦ ବିନୟ ସହସ୍ରବୁଦ୍ଧେଙ୍କ କରୋନା ପରୀକ୍ଷଣ ରିପୋର୍ଟ ନେଗେଟିଭ୍ ଆସିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଅଧିବେଶନରେ ସାମିଲ ହେବା ପରେ ସେମାନଙ୍କ ପରୀକ୍ଷଣ ରିପୋର୍ଟ ପଜିଟିଭ୍ ଆସିଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe