ଏନ୍‌ଡିଏ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଗ୍ରହଣ କଲେ ଲୋକସଭା ବାଚସ୍ପତି

Advertisment
ଏନ୍‌ଡିଏ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଗ୍ରହଣ କଲେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ବୁଧବାର ଦିନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏନ୍‌ଡିଏ ସରକାରଙ୍କ ବିରୋଧରେ ଟିଡିପିର କେସିନେଇ ଶ୍ରୀନିବାସଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିଛନ୍ତି।

ବାଚସ୍ପତି କହିଛନ୍ତି ଯେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ସେ ଦୁଇ ତିନି ଦିନ ମଧ୍ୟରେ ବିଜ୍ଞପ୍ତି ଜାରି କରିବେ।

ଏହି ଭଳି ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ସମସ୍ତ ବିରୋଧୀ ସଦସ୍ୟଙ୍କ ନାମ ଉଲ୍ଲେଖ କରି ବାଚସ୍ପତି କହିଲେ ଯେ ଲଟେରିରେ ଟିଡିପିର କେସିନେଇ ଶ୍ରୀନିବାସଙ୍କ ନମ ଉଠିଥିବାରୁ ସେ ଅନାସ୍ଥା ପ୍ରସ୍ତାବ ଆଗତ କରିବେ।

ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନ ଦେବାରୁ ପ୍ରତିବାଦ ସ୍ୱରୂପ ଗତ ମାର୍ଚ ମାସରେ ଏନ୍‌ଡିଏ ମେଣ୍ଟ ପରିତ୍ୟାଗ କରିଥିବା ଟିଡିପି ସଦସ୍ୟମାନେ ଶୂନ୍ୟ କାଳରେ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଥଲେ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଲେ ଯେ ସରକାର ଯେ କୌଣସି ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ତିଆର। ଗୃହରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ଦଳ ଏଥିରେ ବିଜୟୀ ହେବ।

ପାର୍ଲାମେଣ୍ଟ୍‌ର ବଜେଟ୍‌ ଅଧିବେଶନରେ ବି ଟିଡିପି ସଦସ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

ସେତେବେଳେ ବାଚସ୍ପତି ଏହା ଗ୍ରହଣ କରି ନ ଥିଲେ। ଏହାର କାରଣ ଦର୍ଶାଇବାକୁ ଯାଇ ସେ କହିଥିଲେ କି, ବିଭିନ୍ନ ମାମଲାରେ ବିଭିନ୍ନ ରାଜନୈତିକ ଦଳ େଓ୍ଵଲ୍‌ ମଧ୍ୟରେ ନିରବଚ୍ଛିନ୍ନ ପ୍ରତିବାଦ ଚଳାଉଥିବାରୁ ଗୃହରେ ଶୃଙ୍ଖଳା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe