ସର୍ବଦଳୀୟ ବୈଠକ ପରେ ୪ କଂଗ୍ରେସ ଲୋକସଭା ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କଲେ ଓମ ବିର୍ଲା

Advertisment
ସର୍ବଦଳୀୟ ବୈଠକ ପରେ ୪ କଂଗ୍ରେସ ଲୋକସଭା ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କଲେ ଓମ ବିର୍ଲା

indiatoday

ନୂଆଦିଲ୍ଲୀ : ଲୋକସଭାରୁ ଜୁଲାଇ ୨୫ରେ କଂଗ୍ରେସର ୪ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି ଓମ ବିର୍ଲା। ଗୃହରେ ହଟ୍ଟଗୋଳ କରୁଥିବାରୁ ୪ଜଣଙ୍କୁ ନିଲମ୍ବିତ କରାଯାଇଥିଲା। ହେଲେ ସୋମବାର ବାଚସ୍ପତି ଓମ ବିର୍ଲା ଚାରିଜଣ ସଦସ୍ୟଙ୍କ ନିଲମ୍ବନକୁ ପ୍ରତ୍ୟାହାର କରି ନେଇଛନ୍ତି। ତେବେ ଗୃହରେ ପୁନର୍ବାର ପ୍ଲାକାର୍ଡ ପ୍ରଦର୍ଶିତ ହେଲେ ସେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଓମ ବିର୍ଲା ଚେତାବନୀ ଦେଇଛନ୍ତି।

ଜୁଲାଇ ୨୫ରେ କଂଗ୍ରେସ ସାଂସଦ ମଣିକମ ଟାଗୋର, ଜୋଥିମଣୀ, ରାମ୍ୟା ହରିଦାସ ଏବଂ ଟିଏନ୍‌ ପ୍ରଥାପନଙ୍କୁ ଲୋକସଭାରୁ ଚଳିତ ମୌସୁମୀ ଅଧିବେଶନ ପାଇଁ ନିଲମ୍ବନ କରାଯାଇଥିଲା। ଏହାପୂର୍ବରୁ ସୋମବାର ଦିନ ବିର୍ଲା ଗୃହ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନେତାଙ୍କ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ ବାଚସ୍ପତି ଅନୁରୋଧ କରିବା ପରେ ଚାରି ସାଂସଦଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବାକୁ ସରକାର ଏହି ପ୍ରସ୍ତାବ ଆଣିଛନ୍ତି। ବିର୍ଲା କହିଛନ୍ତି: “ଗୃହରେ ଘଟିଥିବା ଘଟଣାରେ ସମସ୍ତେ ଆହତ ହୋଇଛନ୍ତି। ମୁଁ ମଧ୍ୟ ଆଘାତ ପାଇଛି, ଦେଶ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସଂସଦ ହେଉଛି ଦେଶର ସର୍ବୋଚ୍ଚ ଗଣତାନ୍ତ୍ରିକ ଅନୁଷ୍ଠାନ। ଆମେ ସମସ୍ତେ ଏଠାରେ ସଂସଦୀୟ ପରମ୍ପରା ପାଇଁ ଗର୍ବିତ। ଏହି ସମ୍ମାନ ଏବଂ ସୌଜନ୍ୟ ରକ୍ଷା କରିବା ଆମର ସାମୂହିକ ଦାୟିତ୍ବ ଅଟେ। ବିଭିନ୍ନ ବିଷୟକୁ ନେଇ ବିତର୍କ ହେବ। କିନ୍ତୁ ଆମକୁ ଗୃହର ସମ୍ମାନ ବଜାୟ ରଖିବାକୁ ପଡ଼ିବ। ଗୃହ ଚାଲୁ ବୋଲି ସମସ୍ତ ଦଳର ନେତା ଏବଂ ସଦସ୍ୟମାନେ ଚାହାଁନ୍ତି। ଯଦି ଗୃହ ଶାନ୍ତି ଶୃଙ୍ଖଳା ସହ ଚାଲିବ ‌ତେବେ ମୁଁ ସମସ୍ତଙ୍କୁ ପର୍ଯ୍ୟାପ୍ତ ସମୟ ଏବଂ ସୁଯୋଗ ଦେବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe