ତୁରନ୍ତ ଲୋକାୟୁକ୍ତ ନିଯୁକ୍ତ କର : ଜୁଲାଇ ୧୦ ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦେବାଲାଗି ଓଡ଼ିଶା ସରକାରଙ୍କୁ ନିର୍ଦେଶ

ତୁରନ୍ତ ଲୋକାୟୁକ୍ତ ନିଯୁକ୍ତ କର : ଜୁଲାଇ ୧୦ ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦେବାଲାଗି ଓଡ଼ିଶା ସରକାରଙ୍କୁ ନିର୍ଦେଶ

ନୂଆଦିଲ୍ଲୀ : ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ ଜବରଦସ୍ତ ଝଟ୍‌କା ଲାଗିଛି। ଗୋଟିଏ ପଟେ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପଟରେ ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତି ପାଇଁ ମାଗିଥିବା ୬ମାସର ମହଲତକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି। କହିଛନ୍ତି, ରାଜ୍ୟ ସରକାର ତୁରନ୍ତ ଲୋକାୟୁକ୍ତ ନିଯୁକ୍ତ କରି ଜୁଲାଇ ୧୦ ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦିଅନ୍ତୁ।

ଦେଶରେ ଲୋକପାଳ ଆଇନ୍‌ ପ୍ରଣୟନ ହେବା ସତ୍ତ୍ୱେ ରାଜ୍ୟଗୁଡ଼ିକରେ କାହିଁକି ଲୋକାୟୁକ୍ତ ନିଯୁକ୍ତି କରାଯାଇନି ବୋଲି ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି ଏହି ମାମଲାର ଶୁଣାଣି କରି ଗତ ୫ବର୍ଷ ମଧ୍ୟରେ କାହିଁକି ଲୋକାୟୁକ୍ତ ନିଯୁକ୍ତି କରାଯାଇ ନାହିଁ ବୋଲି ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଓ ଜଷ୍ଟିସ ଆର୍‌. ଭାନୁମତିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏଥିସହିତ ଲୋକାୟୁକ୍ତ ନିଯୁକ୍ତି ପାଇଁ ରାଜ୍ୟ ସରକାର ମାଗିଥିବା ୬ ମାସର ସମୟସୀମାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ।

ଖଣ୍ଡପୀଠ କହିଥିଲେ, ରାଜ୍ୟ ସରକାର ତୁରନ୍ତ ଲୋକାୟୁକ୍ତ ନିଯୁକ୍ତି କରିବା ସହ ଜୁଲାଇ ୧୦ ତାରିଖ ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବା ଦରକାର। ପ୍ରକାଶଥାଉକି, ଗତ ୨୩ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ, ଗତ ୧୨ ତାରିଖରେ ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତି ସମ୍ପର୍କିତ ତିନି ପୃଷ୍ଠାର ସତ୍ୟପାଠ ଦାଖଲ କରିଥିଲେ। ଏଥିରେ ରାଜ୍ୟ ସରକାର କହିଥିଲେ ଯେ, ସମସ୍ତ ଔପଚାରିକତା ଶେଷ ହୋଇଯିବା ପରେ ଓଡ଼ିଶା ଲୋକାୟୁକ୍ତ ଆଇନ୍‌-୨୦୧୪କୁ ଆଇନ୍‌ର ଧାରା ୧(ଘ) ଅନ୍ତର୍ଗତ ଲାଗୁ କରିବା ପାଇଁ ନିର୍ଦ୍ଧିଷ୍ଟ ତିଥି ଧାର୍ଯ୍ୟ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe