ଲୋକସଭାର ଉପବାଚସ୍ପତି ପ୍ରସଙ୍ଗରେ ଆଲୋଚନା ହୋଇନାହିଁ: ନବୀନ

Advertisment
ଲୋକସଭାର ଉପବାଚସ୍ପତି ପ୍ରସଙ୍ଗରେ ଆଲୋଚନା ହୋଇନାହିଁ: ନବୀନ

hindustantimes.com

ନୂଆଦିଲ୍ଲୀ : ଆଜି ଲୋକସଭାର ବାଚସ୍ପତି ନିର୍ବାଚନ ଶେଷ େହାଇଛି। ହେଲେ ଉପବାଚସ୍ପତି କିଏ ହେବେ ସେ ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହି ପଦ ପାଇଁ ବିଜେଡିର ସାଂସଦ ଭର୍ତୃହରି ମହତାବଙ୍କ ନାମ ଚର୍ଚ୍ଚାରେ ରହିଛି। ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଅନୁମାନ କରାଯାଉଥିଲା, ଏହି ବୈଠକର ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଲୋକସଭାର ଉପବାଚସ୍ପତି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇପାରେ। ବୈଠକରେ ନିଜର ବକ୍ତବ୍ୟ ଶେଷ କରି ଫେରିବା ସମୟରେ ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ଆଲୋଚନା ହୋଇନାହିଁ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe