ଟ୍ରମ୍ପ୍‌ ଟ୍ବିଟର୍‌କୁ ଫେରିବା ଉଚିତ କି ନୁହେଁ ବୋଲି ପୋଲ୍‌ କରି ବ୍ୟବହାରକାରୀଙ୍କ ମତାମତ ମାଗିଲେ ମସ୍କ

Advertisment
ଟ୍ରମ୍ପ୍‌ ଟ୍ବିଟର୍‌କୁ ଫେରିବା ଉଚିତ କି ନୁହେଁ ବୋଲି ପୋଲ୍‌ କରି ବ୍ୟବହାରକାରୀଙ୍କ ମତାମତ ମାଗିଲେ ମସ୍କ

www.google.com

ନୂଆଦିଲ୍ଲୀ: ଆପଣ ଜାଣିଥିବେ ଯେ ଟ୍ବିଟ୍‌ରରେ ସକ୍ରିୟ ନାହାନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ସେ କରିଥିବା ଏକ ‌ଉତ୍ତେଜକ ଟ୍ବିଟ୍‌ କାରଣରୁ ତାଙ୍କୁ ୨୦୨୧ ମସିହା ଜାନୁଆରି ମାସରୁ ଟ୍ବିଟ୍‌ରରୁ ବାଦ୍‌ ଦିଆଯାଇଛି। ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌କୁ ଅଚଳ କରି ଦିଆଯାଇଛି। ଏବେ ତାଙ୍କ ଆକାଉଣ୍ଟ୍‌କୁ ପୁଣି ଥରେ ଚଳାଇବା ଉଚିତ କି ନୁହେଁ ବୋଲି ବ୍ୟବହାରକାରୀଙ୍କଠାରୁ ମତାମତ ଚାହିଁଛନ୍ତି ଟ୍ବିଟର୍‌ର ନୂଆ ମାଲିକ ଏଲନ ମସ୍କ। ସେ ଏକ ପୋଲ୍‌ କରି ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌କୁ ପୁଣି ଥରେ ଚଳାଇବା ଉଚିତ କି ନୁହେଁ ବୋଲି ଦୁଇଟି ଅପ୍‌ସନ ଦେଇଛନ୍ତି। ଏଥିରେ ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌ ପୁଣି ଥରେ ଚାଲୁ ବୋଲି ୭୪.୧ ପ୍ରତିଶତ ବ୍ୟବହାରକାରୀ ଭୋଟ୍‌ ଦେଇଛନ୍ତି। ନା କହିଛନ୍ତି ମାତ୍ର ୨୫.୯ ପ୍ରତିଶତ ବ୍ୟବହାରକାରୀ।

ସେ ଏହି ପୋଲ୍‌ ଆଜି ସକାଳ ୬.୨୯ରେ କରିଛନ୍ତି। ଏହି ପୋଲ୍‌ରେ ଏବେ ସୁଦ୍ଧା ୧୪୬, ୮୧୧ ଜଣ ଭୋଟ୍‌ କରି ସାରିଲେଣି। ଏଥିରେ ଅନେକ ଲାଇକ୍ସ ଓ କମେଣ୍ଟ୍‌ ବି ମିଳିବାରେ ଲାଗିଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ ଏବେ ସମୟ ଆସିଛି ମସ୍କ ସେ ସମସ୍ତ ଆକାଉଣ୍ଟ୍‌ ପୁଣି ଥରେ ଚାଲୁ କରନ୍ତୁ ଯାହାକୁ ଟ୍ବିଟ୍‌ରେ ଅଯଥାରେ ବ୍ୟାନ୍‌ କରାଯାଇଛି। କେବଳ ଡୋନାଲ୍ଡ ଟ୍ରମ୍ପ୍‌ ନୁହଁନ୍ତି, ଛୋଟ ଛୋଟ ଲୋକମାନଙ୍କ ଅଚଳ ଆକାଉଣ୍ଟ୍‌କୁ ବି ଚାଲୁ କରନ୍ତୁ।

ଟ୍ବିଟରକୁ ସେ କିଣିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ଟ୍ବିଟରକୁ ଫେରିବେ ବୋଲି ଆଶା କରାଯାଉଥିଲା। ଏବେ ଲାଗୁଛି ଟ୍ରମ୍ପ୍‌ ସେ କ୍ଷେତ୍ରରେ ଆଗରେ ଅଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ବେଳେ ହିଂସାକୁ ଉସୁକାଇଥିବାରୁ ଟ୍ରମ୍ପ୍‌ଙ୍କୁ ଟ୍ବିଟର ନିଷିଦ୍ଧ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe