ଲଣ୍ଡନରେ କଳା ଲୋକକୁ ଆଣ୍ଠେଇ ପୁଲିସ ଅଧିକାରୀ ନିଲମ୍ବିତ

Advertisment
ଲଣ୍ଡନରେ କଳା ଲୋକକୁ ଆଣ୍ଠେଇ ପୁଲିସ ଅଧିକାରୀ ନିଲମ୍ବିତ

New Indian Express

ଲଣ୍ଡନ : ଆମେରିକାର ଜର୍ଜ ଫ୍ଲଏଡ ହତ୍ୟା ପ୍ରସଙ୍ଗ ମନରୁ ନ ଲିଭୁଣୁ ଏବେ ପୁଣି ସେଭଳି ଏକ ଘଟଣା ଘଟିଛି ଲଣ୍ଡନରେ। ଲଣ୍ଡନର ଜଣେ ସ୍କଟ୍‌ଲ୍ୟାଣ୍ଡ ୟାର୍ଡ ପୁଲିସ ଅଫିସର ଜଣେ କଳା ଲୋକକୁ ଅମାନୁଷିକ ଭ‌ା‌ବେ ହାତକୁ ‌ବେକରେ ରଖି ଏବଂ ମୁଣ୍ଡକୁ ତଳକୁ କରି ଆଣ୍ଠେଇବା ଘଟଣାରେ ନିଲମ୍ବିତ ହୋଇଛନ୍ତି। ଲଣ୍ଡନର ପୁଲିସଜଣକ ଏହି କଳାଲୋକକୁ ଗିରଫ କରିବା ପରେ ତାକୁ ଆଣ୍ଠେଇବାର ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଲଣ୍ଡନର ଇସ୍‌ଲିଂଟନ ଅଞ୍ଚଳରେ ଏହି ଘଟଣା ଘଟିଛି। ଲଣ୍ଡନ ପୁଲିସ ଏହି କଳାଲୋକକୁ ଗିରଫ କରିଥିଲା ଏବଂ ତାକୁ ଅତି ଅମାନୁଷିକ ଭାବେ ଭୂମି ଉପରେ ଆଣ୍ଠେଇ ଦେଇଥିଲା। ତେବେ ଏହି ଘଟଣା ନେଇ ପରିସ୍ଥିତି ଉତ୍ତେଜନା‌ମୂଳକ ହେବା ପୂର୍ବରୁ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଲଣ୍ଡନର ଡେପୁଟି ପୁଲିସ କମିସନର ସାର୍‌ ଷ୍ଟେଭ ହାଉସ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ, ଗତ ମେ ୨୫ରେ ଜଣେ ଆଫ୍ରିକୀୟ କଳା ଲୋକ ଜର୍ଜ ଫ୍ଲଏଡଙ୍କୁ ଆମେରିକା ପୁଲିସ ନିର୍ମମ ଭାବେ ହାତ୍ୟା କରିଥିଲେ। ଏହାକୁ ନେଇ ସମଗ୍ର ବିଶ୍ବରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe