ଲଣ୍ଡନ ଗବେଷଣା ସଂସ୍ଥାର ରିପୋର୍ଟ:୪୦% ନିର୍ବାଚନ ଖବର ପକ୍ଷପାତମୂଳକ ଥିଲା

Advertisment
ଲଣ୍ଡନ ଗବେଷଣା ସଂସ୍ଥାର ରିପୋର୍ଟ:୪୦% ନିର୍ବାଚନ ଖବର ପକ୍ଷପାତମୂଳକ ଥିଲା

ମୁମ୍ବାଇ: ଗତ ଏପ୍ରିଲ୍‌ ମାସରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ନିର୍ବାଚଚ ସଂପର୍କିତ ଖବରଗୁଡ଼ିକ ମଧ୍ୟରୁ ୪୦ ପ୍ରତିଶତ ଖବର ପକ୍ଷପାତମୂଳକ ଥିଲା ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଜ୍ଞାନକୌଶଳ ବ୍ୟବହାର କରାଯାଇ ଏହି ଗବେଷଣା କରାଯାଇଥିଲା।
ଏହି ଗବେଷଣା କରିଥିବା ଇଂଲଣ୍ଡର ‘ଷ୍ଟାର୍ଟଅପ୍‌ ଲଜିକାଲି’ର ପ୍ରତିଷ୍ଠାତା ଲିରିକ୍‌ ଜୈନ୍‌ କହିଛନ୍ତି, ଭାରତର ନିର୍ବାଚନ ସଂପର୍କିତ ଏପ୍ରିଲ୍‌ରେ ପ୍ରକାଶ ପାଇଥିବା ଅଧିକାଂଶ ଖବର ଯଦିଓ ମିଥ୍ୟା ନୁହେଁ, ମାତ୍ର ପକ୍ଷପାତମୂଳକ।
ଏହି ଗବେଷଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ୧.୬୮ ଲକ୍ଷ ନିର୍ବାଚନୀ ଖବରକୁ ନେଇ କରାଯାଇଥିଲା। ଯେତେବେଳେ ନିର୍ବାଚନ ପ୍ରଚାର ସରଗରମ ଥିଲା ସେ ସମୟରେ ଏଥିମଧ୍ୟରୁ ପ୍ରାୟ ୫୦ ହଜାର ଖବର ପକ୍ଷପାତମୂଳକ ଭାବେ ପ୍ରକାଶ କରାଯାଇଛି ବୋଲି ଜାଣିବାକୁ ମିଳିଛି। ଜୈନ୍‌ କହିଛନ୍ତି ଯେ ଏହି ଗବେଷଣାରେ ୩ ହଜାର ଖବର ସଂସ୍ଥାଙ୍କୁ ସାମିଲ୍‌ କରାଯାଇଥିଲା। ପକ୍ଷପାତମୂଳକ ଖବରକୁ ବାଦ୍‌ ଦେଲେ ୩୩ ହଜାର ଖବର ମିଛ ଓ ମନଗଢ଼ା ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe