ୟୁପିରେ ଜନ୍ମ ପ୍ରମାଣପତ୍ର ପାଇଁ ଲମ୍ବା ଧାଡ଼ି

Advertisment
ଜାଲ୍‌ ଜନ୍ମ ପ୍ରମାଣପତ୍ରରେ ଶିକ୍ଷୟିତ୍ରୀ ଚାକିରି

Adoption.com

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ (ସିଏଏ) , ଏନ୍‌ପିଆର, ଏନ୍‌ଆରସିକୁ ଦେଶବ୍ୟାପୀ ବିରୋଧ କରାଯାଉଥିବା ବେଳେ ଏବେ ଏଥିପାଇଁ ଜନ୍ମ ସାର୍ଟିଫିକେଟ୍‌ର ଚାହିଦା ବଢ଼ିଛି। ଉତ୍ତରପ୍ରଦେଶରେ ଏବେ ଜନ୍ମ ସାର୍ଟିଫିକେଟ୍‌ ପାଇଁ ଲୋକେ ବ୍ୟସ୍ତ ହୋଇପଡ଼ିଛନ୍ତି। ବିରୋଧୀ ଦଳମାନଙ୍କ ବିଭ୍ରାନ୍ତିକର ପ୍ରଚାର ଯୋଗୁଁ ନାଗରିକତା ହରାଇଦେବା ଭୟରେ ଲୋକେ ଜନ୍ମ ପ୍ରମାଣପତ୍ର ପାଇଁ ଆବେଦନ କରୁଛନ୍ତି। ପୂର୍ବାପେକ୍ଷା ଜନ୍ମ ପ୍ରମାଣପତ୍ର ଜାରି ହେବ ମଧ୍ୟ ବୃଦ୍ଧି ପାଇଛି। ଲକ୍ଷ୍ନୌରେ ୨୦୧୮ ଡିସେମ୍ବରରେ ଯେତିକି ଜନ୍ମ ପ୍ରମାଣପତ୍ର ଦିଆଯାଇଥିଲା, ତାହା ୨୦୧୯ରେ ୩ ଗୁଣ ବୃଦ୍ଧି ପାଇଛି। ୨୦୧୯ ଡିସେମ୍ବରରେ ଲକ୍ଷ୍ନୌ ପୌର ନିଗମ ୬୧୯୩ ଜନ୍ମ ସାର୍ଟିଫିକେଟ୍‌ ଜାରି କରିଥିଲେ ଯାହା ୨୦୧୮ରେ ୨୦୧୨ ଥିଲା। କେହି କେହି ମଧ୍ୟ ଜନ୍ମ ସାର୍ଟିଫିକେଟ୍‌ ଆବେଦନ କରିବାପାଇଁ ଆଇନଜୀବୀଙ୍କ ସହାୟତା ନେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe