Image Courtesy of India Today
ନୂଆଦିଲ୍ଲୀ: ୪ ମାସ ପାଇଁ ସୂର୍ଯ୍ୟ ଅସ୍ତ ହୋଇଯିବାରୁ ଆଣ୍ଟାର୍କଟିକାରେ ଦୀର୍ଘ ଶୀତ ରାତି ଆରମ୍ଭ ହୋଇଛି। ସମଗ୍ର ବିଶ୍ବରେ ମୁଖ୍ୟତଃ ୪ଟି ଋତୁ ଅନୁଭୂତ ହେଉଥିବା ବେଳେ ଆଣ୍ଟାର୍କଟିକାରେ ମାତ୍ର ୨ଟି ଋତୁ ଅନୁଭୂତ ହୁଏ। ଗ୍ରୀଷ୍ମକାଳରେ ୬ ମାସ ଦିନ ଏବଂ ଶୀତଋତୁରେ ୬ ମାସ ରାତିସେୂ
ସୂର୍ଯ୍ୟକୁ ପରିକ୍ରମା କରିବା ବେଳେ ପୃଥିବୀର ଅକ୍ଷ ସୂର୍ଯ୍ୟ ଆଡ଼କୁ ଅଣେଇବା ଉପରେ ଭୂପୃଷ୍ଠରେ ଋତୁଚକ୍ର ଅନୁଭୂତ ହୁଏ। ପୃଥିବୀର ବିଭିନ୍ନ ପ୍ରାନ୍ତରେ ପଡୁଥିବା ସୂର୍ଯ୍ୟ କିରଣ ଋତୁଚକ୍ର ପାଇଁ ଦାୟୀ। ‘ନାସା’ ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ଗ୍ରୀଷ୍ମ କାଳରେ ଭୂପୃଷ୍ଠରେ ଥିବା ଆଣ୍ଟାର୍କଟିକା ସୂର୍ଯ୍ୟ ଆଡ଼କୁ ଢଳି ରହୁଥିବାରୁ ସବୁବେଳେ ସୂର୍ଯ୍ୟାଲୋକ ପାଇଥାଏ। ସୂର୍ଯ୍ୟର ବିପରିତ ଦିଗକୁ ଢଳି ରହିଲେ ଆଣ୍ଟାର୍କଟିକା ମହାଦେଶ ଅନ୍ଧକାରରେ ଡୁବିଯାଏ।
Image Courtesy of India Todayଆଣ୍ଟାର୍କଟିକାରେ ଥିବା ୟୁରୋପ୍ର ‘କନ୍କୋର୍ଡିଆ’ ଗବେଷଣା କେନ୍ଦ୍ରରେ ସମ୍ପ୍ରତି ୧୨ଜଣ ବୈଜ୍ଞାନିକ ରହି ଗବେଷଣା କରୁଛନ୍ତି। ଦୀର୍ଘ ରଜନୀ ଆରମ୍ଭ ହେବାର ଚଳିବା ପାଇଁ ସେମାନେ ମାସକ ଆଗରୁ ପ୍ରସ୍ତୁତି କରିଛନ୍ତି। ସେମାନେ ସେଠାରେ ‘ବାୟୋମେଡିକାଲ୍’ ସଂକ୍ରାନ୍ତ ପରୀକ୍ଷାନିରୀକ୍ଷା କରିବେ। ନିଃସଙ୍ଗବାସ ଏବଂ ନିଦ୍ରା ଉପରେ ମଧ୍ୟ ସେମାନେ ଗବେଷଣା କରିବେ।
Follow Us