ଦେଶର ଦୀର୍ଘତମ ରେଳ-ସଡ଼କ ପୋଲ ଲୋକାର୍ପିତ:ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେଖା

Advertisment

O ଦୌଡ଼ିବ କାର୍‌, ଟ୍ରେନ୍‌ O ଚୀନ୍‌ ସୀମାରେ ଭାରତର ସାମରିକ ସ୍ଥିତି ସୁଦୃଢ଼

O ଦୌଡ଼ିବ କାର୍‌, ଟ୍ରେନ୍‌ O ଚୀନ୍‌ ସୀମାରେ ଭାରତର ସାମରିକ ସ୍ଥିତି ସୁଦୃଢ଼

ଦେଶର ଦୀର୍ଘତମ ରେଳ-ସଡ଼କ ପୋଲ ଲୋକାର୍ପିତ:ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେଖା

ଗୌହାଟୀ: ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ଦେଶର ଦୀର୍ଘତମ ରେଳ-ସଡ଼କ ପୋଲର ଆଜି ଲୋକାର୍ପଣ କରାଯାଇଛି। ଏହି ପୋଲ ଉପରେ ଉଭୟ ଟ୍ରେନ୍‌ ଓ ଅନ୍ୟ ଯାନବାହନ ଚଳାଚଳ କରିପାରିବ। ଏହାଦ୍ବାରା ଅରୁଣାଚଳ ପ୍ରଦେଶ ଓ ଚୀନ୍‌ ସୀମା ଅଞ୍ଚଳରେ ଗମନାଗମନ ସୁବ୍ୟବସ୍ଥିତ ହେବ। ୧୯୯୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବଗୌଡ଼ା ଏହାର ଶିଳାନ୍ୟାସ କରିଥିଲା ବେଳେ ୨୦୦୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦ୍‌ଘାଟନ କରି ଦେଶବାସୀଙ୍କୁ ଉତ୍ସର୍ଗ କରିଛନ୍ତି। ମୋଦୀ କହିଛନ୍ତି, ରାଷ୍ଟ୍ରୀୟ ସୁରକ୍ଷା ଦିଗରେ ଏହି ପୋଲର ବଡ଼ ଭୂମିକା ରହିବ। ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେଖା ସାଜିବ।
ସାମରିକ ଏବଂ ପୂର୍ବ ଭାରତରେ ପରିବହନ ବ୍ୟବସ୍ଥାକୁ ସୁବିଧାଜନକ କରିବା ପାଇଁ ଏହି ପୋଲ ବେଶ୍ ଗୁରୁତ୍ବ ବହନ କରୁଛି। ‘ବୋଗିବିଲ୍’ ନାମରେ ପରିଚିତ ଏହି ସେତୁ ଦ୍ବାରା ସାମରିକ ଦୃଷ୍ଟିକୋଣରୁ ଭାରତ ଅଧିକ ଶକ୍ତିଶାଳୀ ହେବ। ସେନା ଓ ଭାରୀ ଯୁଦ୍ଧାସ୍ତ୍ର ପରିବହନ ଦିଗରେ ଏହା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ହେବ। ଚୀନ୍‌ ସୀମାରେ ଭାରତର ସାମରିକ ସ୍ଥିତି ସୁଦୃଢ଼ ହୋଇପାରିବ।
ଏସିଆର ଏହି ଦ୍ବିତୀୟ ବୃହତ୍ତମ ସେତୁର ସବା ଉପରେ ୩ ଲେନ୍‌ବିଶିଷ୍ଟ ସଡ଼କ ନିର୍ମାଣ କରାଯାଇଛି ଏବଂ ଏହା ତଳେ ଦୁଇ ଲାଇନ୍‌ବିଶିଷ୍ଟ ରେଳପଥ ରହିଛି। ଏହା ବ୍ରହ୍ମପୁତ୍ର ନଦୀ ଜଳସ୍ତରଠାରୁ ୩୨ ମିଟର ଉପରେ ରହିଥିବା ଜଣାପଡ଼ିଛି। ସ୍ବ‌ିଡେନ୍‌ ଓ ଡେନ୍‌ମାର୍କକୁ ଯୋଡ଼ୁଥିବା ପୋଲ ଭଳି ଏହାର ଡିଜାଇନ୍‌ କରାଯାଇଛି।publive-image
ଏହି ପୋଲ ଆସାମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଗମନାଗମନ ସୁଗମ କରିବା ସହିତ ଦିଲ୍ଲୀ-ଦିବ୍ରୁଗଡ଼ ମଧ୍ୟରେ ରେଳଯାତ୍ରା ସମୟ ମଧ୍ୟ ହ୍ରାସ ଘଟାଇବ। ବର୍ତ୍ତମାନ ପର୍ଯ୍ୟନ୍ତ ଦିବ୍ରୁଗଡ଼ରୁ ଅରୁଣାଚଳ ପ୍ରଦେଶ ଯିବା ପାଇଁ ଲୋକଙ୍କୁ ଗୌହାଟୀ ଦେଇ ଯିବାକୁ ପଡୁଛି ଏବଂ ଏଥିପାଇଁ ଅତିରିକ୍ତ ୫୦୦ କିଲୋମିଟର ଯାତ୍ରା କରିବାକୁ ହେଉଛି। କିନ୍ତୁ ବୋଗିବିଲ୍‌ ଦ୍ବାରା ଏହି ବାଟ ଏବେ ୧୦୦ କିଲୋମିଟର କମିଯିବ। ସେହିଭଳି ଦିଲ୍ଲୀରୁ ଦିବ୍ରୁଗଡ଼ ରେଳ ଯାତ୍ରା ସମୟ ୩ ଘଣ୍ଟା କମିଯିବ ବୋଲି ଆକଳନ କରାଯାଇଛି। ବୋଗିବିଲ୍‌ ଯେଉଁଠାରେ ନିର୍ମାଣ କରାଯାଇଛି, ତାହା ଭୂକମ୍ପ ପ୍ରଭାବିତ ଅଞ୍ଚଳ ଭାବେ ଜଣାଶୁଣା। ଏଠାରେ ରିକ୍ଟର ସ୍କେଲ୍‌ରେ ୭ ତୀବ୍ରତା ପର୍ଯ୍ୟନ୍ତ ଭୂକମ୍ପ ହୋଇଥାଏ। ଏହାକୁ ଆଖିରେ ରଖି ଏହି ପୋଲକୁ ଭୂକମ୍ପ ନିରୋଧୀ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe