ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଡ୍ରାମା ମାଙ୍କଡ ନାଚ ଭଳି ଲାଗୁଛି: ଓୱେସୀ

Advertisment
ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଡ୍ରାମା ମାଙ୍କଡ ନାଚ ଭଳି ଲାଗୁଛି: ଓୱେସୀ

ndtv

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟକୁ ମାଙ୍କଡ ନାଚ ବୋଲି କହିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ। ଓୱେସୀ କହିଛନ୍ତି ଯେ ମହା ବିକାଶ ଅଗାଡି ଚାଲୁଥିବା ରାଜନୈତିକ ସଙ୍କଟ ଉପରେ ବିଚାର କରୁ। ଆମେ ହେଉଥିବା ଡ୍ରାମା ଉପରେ ଆମେ ନଜର ରଖିଛୁ।

ନିଜ ବିବୃତିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅସଦୁଦ୍ଦିନ ଓୱେସୀ ଶନିବାର ଦିନ ମହାରାଷ୍ଟ୍ର ସଙ୍କଟ ସମ୍ପର୍କରେ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, 'ମହା ବିକାଶ ଅଗାଡି ଏ ବିଷୟରେ ବିଚାର କରୁ। ଆମେ ହେଉଥିବା ଡ୍ରାମା ଉପରେ ଆମେ ନଜର ରଖିଛୁ। ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ଏକ ମାଙ୍କଡ଼ ନାଚ ପରି ଦେଖାଯାଉଛି। ନେତାମାନେ ଗୋଟିଏ ଶାଖାରୁ ଅନ୍ୟ ଶାଖାକୁ ଡେଉଁଥିବା ମାଙ୍କଡ଼ ପରି କାର୍ଯ୍ୟ କରୁଛନ୍ତି।

ମହାରାଷ୍ଟ୍ରର ଶାସକ ଦଳ ଶିବସେନାର ୩୮ଜଣ ବିଧାୟକ ଏବେ ବିଦ୍ରୋହୀ ହୋଇଛନ୍ତି। ଏକନାଥ ସିନ୍ଦେ ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ନେଉଛନ୍ତି। ବର୍ତ୍ତମାନ ଏହି ବିଦ୍ରୋହୀ ବିଧାୟକମାନେ ଆସାମର ଗୌହାଟୀର ଏକ ହୋଟେଲରେ କ୍ୟାମ୍ପ କରିଛନ୍ତି।

ଅନ୍ୟପକ୍ଷରେ, ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ପ୍ରସ୍ତୁତ ହେଲାଣି ବିଜେପି। ଶୁକ୍ରବାର ରାତିରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ତଥା ବିଧାୟକ ଏକନାଥ ସିନ୍ଦେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ଏକ ବୈଠକ ହେବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ବଡୋଦରାରେ ଦୁହେଁ ବୈଠକ କରିଥିବା ବେଳେ ଅମିତ ଶାହା ମଧ୍ୟ ସେହି ସମୟରେ ଭଦୋଦାରେ ଥିଲେ ବୋଲି ଚର୍ଚ୍ଚା ହେଉଛି। ତେବେ ଅମିତ ଶାହା ଏହି ବୈଠକରେ ସାମିଲ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe