କୁଣିଆ ଭଳି ନିର୍ବନ୍ଧକୁ ଆସିଲେ, ଅଳଙ୍କାର ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଲେ

Advertisment
କୁଣିଆ ଭଳି ନିର୍ବନ୍ଧକୁ ଆସିଲେ, ଅଳଙ୍କାର ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଲେ

ଗାଜିଆବାଦ: କୁଣିଆ ସାଜି ଚକାଚକ ପୋଷାକ ପିନ୍ଧି ଆସିଲେ | ପେଟେ ଖାଇଲେ ଆଉ ଗଲାବେଳେ ସାଥିରେ ନେଇଗଲେ ଅଳଙ୍କାର ଭର୍ତ୍ତି ବ୍ୟାଗ | ଉତ୍ତରପ୍ରଦେଶର ଗାଜିଆବାଦରେ ଏମିତି ଏକ ଘଟଣା ଘଟିଛି ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି | ମିଳିଥିବା ସୂଚନା ମୁତାବକ ଗାଜିଆବାଦର ଏକ ଫାର୍ମ ହାଉସରେ ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଆଉ ଏହି କାର୍ଯ୍ୟକ୍ରମକୁ ଅତିଥି ଭାବରେ ଆସିଥିବା ଚୋର ବରର ପିତାଙ୍କ ବ୍ୟାଗ ଚୋରି କରି ନେଇଛି। ବ୍ୟାଗରେ ଚାରି ଲକ୍ଷ ଟଙ୍କା ଏବଂ କିଛି ଅଳଙ୍କାର ଥିଲା |

ଘଟଣାଟି ସିସିଟିଭିରେ କଏଦ ହୋଇଥିଲା। ପୁଲିସ ଏବେ ଏଫଆଇଆର ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି। ବିଜୟନଗର ସେକ୍ଟର -୧୧ ବାସିନ୍ଦା ଇନ୍ଦ୍ରଶ କୁମାର ତ୍ୟାଗୀଙ୍କ ପୁଅର ଜାନୁଆରୀ ୨୫ରେ ବହରାମପୁରର ଡି.କେ ଫାର୍ମ ହାଉସରେ ନିର୍ବନ୍ଧ କାର୍ଯ୍ୟକ୍ରମ ଥିଲା | ଇନ୍ଦ୍ରଶ କହିଛନ୍ତି ଯେ ସେ ରାତି ୮.୧୫ ରେ ମଞ୍ଚକୁ ଯିବାକୁ ଜୋତା କାଢିଥିଲେ। ଏହି ସମୟରେ ସେ ହ୍ୟାଣ୍ଡବ୍ୟାଗକୁ ମଞ୍ଚ ଉପରେ ରଖିଥିଲେ। ସେ ଯେତେବେଳେ ନଇଁ ପଡି ଜୋତା କାଢୁଥିଲେ, ଜଣେ ଅଜ୍ଞାତ ବ୍ୟକ୍ତି ବ୍ୟାଗଟିକୁ ଉଠାଇ ସେଠାରୁ ପଳାଇଯାଇଥିଲେ |

ଏହି ଅଜ୍ଞାତ ବ୍ୟକ୍ତିଙ୍କ ବାବଦରେ ଇନ୍ଦ୍ରଶ କହିଛନ୍ତି ଯେ ସେ ଏହି ବ୍ୟକ୍ତିଙ୍କୁ ଜାଣନ୍ତି ନାହିଁ, କିନ୍ତୁ ବହୁ ସମୟରୁ ସେ ଆସି ଅତିଥି ଭାବରେ ବୁଲାବୁଲି କରୁଥିଲେ | ଭଲ ପୋଷାକ ପିନ୍ଧିଥିବା ହେତୁ କେହି ତାଙ୍କୁ ସନ୍ଦେହ କରିନଥିଲେ। ଯେତେବେଳେ ମଞ୍ଚରୁ ବ୍ୟାଗଟି ହଜିଯାଇଥିବାର ଜାଣିବାକୁ ପାଇଥିଲେ, ସେଠାରେ ଉତ୍ତେଜନା ଦେଖାଦେଇଥିଲା | ଏହାପରେ ସିସିଟିଭି ଫୁଟେଜ ଯାଞ୍ଚ କରିବାରୁ ଏନେଇ ଜଣାପଡିଥିଲା | ପୁଲିସ ଏବେ ଏନେଇ ତଦନ୍ତ କରୁଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe