ସଫେଇ ବାହାନାରେ ମଙ୍ଗଳସୂତ୍ର ନେଇ ଚମ୍ପଟ

ମହିଳାଙ୍କ ସୁନାଚେନ୍‌ ଝାମ୍ପିନେଲେ

Free Press Journal

ଚନ୍ଦ୍ରଶେଖରପୁର: ସୁନା ଅଳଙ୍କାର ସଫେଇ କରିବା ବାହାନାରେ ଆଜି ଦୁଇ ଜଣ ଅଣ ଓଡ଼ିଆ ଚୋରଣୀ କାନନବିହାର ଅଞ୍ଚଳରୁ ଜଣେ ମହିଳାଙ୍କ ମଙ୍ଗଳସୂତ୍ର ନେଇ ଚମ୍ପଟ ମାରିଛନ୍ତି। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ ଭାରତୀ ମହାନ୍ତି। ଭାରତୀଙ୍କ ଅଭିଯୋଗ ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଲୁଟେରା ମହିଳାଦ୍ବୟଙ୍କୁ ଖୋଜିଥିଲେ ବି ସେମାନଙ୍କ ଟେର୍ ପାଇନାହିଁ। ଭାରତୀଙ୍କ ଅଭିଯୋଗ ଅନୁସାରେ ଅଳଙ୍କାର ସଫା କରିବାକୁ ଆସିଥିବା ଦୁଇ ଜଣଯାକ ମହିଳା ହୋଇଥିବାରୁ ସେ ବିଶ୍ବାସ କରିଥିଲେ। ମଙ୍ଗଳସୂତ୍ର ସଫା କରିବାକୁ ଡାକିଥିଲେ। ତେବେ ସଫା କରିବା ଭିତରେ ସେମାନେ ହଳଦୀଗୁଣ୍ଡା ମାଗିବାରୁ ଭାରତୀ ଘର ଭିତରକୁ ଯାଇଥିଲେ। ମାତ୍ର ସେ ଭିତରୁ ହଳଦୀଗୁଣ୍ଡା ଧରି ଆସିବା ବେଳକୁ ସେମାନେ ଚମ୍ପଟ ମାରି ସାରିଥିଲେ। ଭାରତୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ମହିଳା ଦୁଇଜଣଙ୍କୁ ଖୋଜିଥିଲେ ବି ମାତ୍ର କେଇ ମିନିଟ୍‌ ଭିତରେ ସେମାନେ ଅନ୍ତର୍ଧାନ ହୋଇ ଯାଇଥିଲେ। ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଚୋରଣୀ ଦ୍ବୟଙ୍କୁ ଠାବ କରିବାକୁ ଉଦ୍ୟମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe