୪୮ବର୍ଷ ପୂର୍ବେ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଟ୍ରମ୍ପ କରିଥିବା କାମ ଆଜି ତାଙ୍କୁ ନୂଆ ଜୀବନ ଦେଇଛି: ଇସ୍କନ

Advertisment
୪୮ବର୍ଷ ପୂର୍ବେ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଟ୍ରମ୍ପ କରିଥିବା କାମ ଆଜି ତାଙ୍କୁ ନୂଆ ଜୀବନ ଦେଇଛି: ଇସ୍କନ

ନୂଆଦିଲ୍ଲୀ: ପ୍ରଭୁ ଜଗନ୍ନାଥଙ୍କ ପାଇଁ ବଞ୍ଚିଗଲା ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ | ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଇସ୍କନ ପକ୍ଷରୁ ଏଭଳି କୁହାଯାଇଛି। ପ୍ରଭୁ ଜଗନ୍ନାଥଙ୍କ ଅନୁଗ୍ରହ ହେତୁ ଏହି ବଡ ଆକ୍ରମଣରେ ଟ୍ରମ୍ପଙ୍କ ଜୀବନ ବଞ୍ଚିପାରିଛି ବୋଲି ଇସ୍କନ ପକ୍ଷରୁ ଦାବି କରାଯାଇଛି |

ଅତୀତକୁ ମନେ ପକାଇ ଇସ୍କନ୍ ପକ୍ଷରୁ କୁହାଯାଇଛି ଯେ, ଠିକ୍ ୪୮ବର୍ଷ ପୂର୍ବେ ଟ୍ରମ୍ପ, ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଆଶାର କିରଣ ଭାବରେ ଉଭା ହୋଇଥିଲେ। ଇସ୍କନ ଉପାଧ୍ୟକ୍ଷ ରାଧାରମଣ ଦାସ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ୧୯୭୬ରେ ରଥ ନିର୍ମାଣ ପାଇଁ ମାଗଣାରେ ସେ ନିଜର ଟ୍ରେନ୍ ୟାର୍ଡ ଯୋଗାଇ ଇସ୍କନ୍ ଭକ୍ତମାନଙ୍କୁ ରଥଯାତ୍ରା ଆୟୋଜନ କରିବାରେ ସାହାଯ୍ୟ କରିଥିଲେ। ଆଜି ଯେତେବେଳେ ବିଶ୍ୱ ନଅ ଦିନର ଜଗନ୍ନାଥଙ୍କ ରଥଯାତ୍ରା ପାଳନ କରୁଛି, ସେତେବେଳେ ତାଙ୍କ ଉପରେ ହୋଇଥିବା ଏହି ଭୟଙ୍କର ଆକ୍ରମଣରୁ ସେ ବଞ୍ଚିଯିବା ଜଗନ୍ନାଥଙ୍କ କୃପାକୁ ଦର୍ଶାଉଛି।

ଉଲ୍ଲେଖଯୋଗ୍ୟ, ଟ୍ରମ୍ପ୍‌ ପେନ୍‌ସିଲଭାନିଆର ବଟ୍‌ଲରରେ ଏକ ନିର୍ବାଚନୀ ରାଲିରେ ଭାଷଣ ଦେଉଥିବା ବେଳେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଗୋଟିଏ ଗୁଳି ଟ୍ରମ୍ପଙ୍କ କାନର ଉପର ଭାଗରେ ବାଜିଥିଲା। ଆକ୍ରମଣ ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବା ବେଳେ ଆକ୍ରମଣ ବେଳେ ରାଲିରେ ଉପସ୍ଥିତ ଥିବା ଜଣେ ଟ୍ରମ୍ପଙ୍କ ସମର୍ଥକଙ୍କ ମୃତ୍ୟୁ ଘଟିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe