www.indiatoday.in
ନୂଆଦିଲ୍ଲୀ: ଲସ୍ ଏଞ୍ଜେଲ୍ସରେ ଏକ ବଡ଼ ଧରଣର ବନାଗ୍ନି ଆତଙ୍କ ଖେଳାଇ ଦେଇଛି। ନିଆଁ ନିୟନ୍ତ୍ରଣ ବାହାରେ ଥିବା ବେଳେ ଏଥିରେ ପ୍ରାୟ ୫ ଜଣଙ୍କ ଜୀବନ ଯାଇ ସାରିଲାଣି। ବ୍ୟାପକ ଧ୍ୱଂସ ମଧ୍ୟରେ ବାସିନ୍ଦାମାନଙ୍କୁ ସେମାନଙ୍କ ଘରୁ ବାହାରକୁ ଯିବାକୁ ବାଧ୍ୟ କରାଯାଉଛି।
ତେବେ ହଲିଉଡ୍ ହିଲ୍ସରେ ଏକ ନୂଆ ଅଗ୍ନିକାଣ୍ଡ ଘଟିଛି। ଲସ୍ ଏଞ୍ଜେଲ୍ସର ଅଗ୍ନିଶମ ବିଭାଗ ଅନୁଯାୟୀ, ହଲିଉଡ୍ ହିଲ୍ସରେ ଲାଗିଥିବା ନୂଆ ସନ୍ସେଟ୍ ଫାୟାର ୨୦ ଏକର ପର୍ଯ୍ୟନ୍ତ ଅଞ୍ଚଳକୁ ବ୍ୟାପିଗଲାଣି।
ଗତକାଲି ଲସ୍ ଏଞ୍ଜେଲ୍ସରେ ଏକ ବଡ଼ ଧରଣର ବନାଗ୍ନି ଆତଙ୍କ ମଧ୍ୟରେ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି। ସାଣ୍ଟା ମୋନିକା ଏବଂ ମାଲିବୁ ମଧ୍ୟରେ ପାସିଫିକ୍ ପାଲିସେଡ୍ସ ଅଞ୍ଚଳରେ ପ୍ରାୟ ୧୨୬୨ ଏକର ଜଙ୍ଗଲ ଅଞ୍ଚଳ ଜଳି ପୋଡ଼ି ଛାରଖାର ହୋଇଯାଇଛି। ମାତ୍ର କିଛି ଘଣ୍ଟା ମଧ୍ୟରେ ନିଆଁ ଅତି ଭୟାନକ ରୂପ ନେଇଥିଲା।
୩୦ ହଜାର ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଇଥିଲେ ମଧ୍ୟ ଆହୁରି ଅନେକ ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଆଁ ବ୍ୟାପିବା ଫଳରେ ଲୋକମାନେ ତୋପାଙ୍ଗା କାନ୍ୟନ୍ ପାର୍ବତ୍ୟାଞ୍ଚଳ ଛାଡ଼ି ଦେଇଛନ୍ତି। ସମଗ୍ର ହାଇୱେ ନିଆଁ କବଳକୁ ଚାଲିଆସିବାରୁ ଲୋକେ ପାଲିସେଡ୍ସ ଡ୍ରାଇଭ୍ରେ ସେମାନଙ୍କ କାର୍ ଛାଡ଼ି ଦୌଡ଼ିଥିଲେ। ଜାତୀୟ ପାଣିପାଗ ସେବା ପକ୍ଷରୁ ଲସ ଏଞ୍ଜେଲ୍ସ କାଉଣ୍ଟି ପାଇଁ ବ୍ୟାପକ ନିଆଁ ଲାଗିବା ସଂପର୍କରେ ଆଗୁଆ ସତର୍କ କରାଯାଇଥିଲା।
Follow Us