ବିଲେଇ ଠାରୁ ଶିଶୁକୁ ହେଲା ସଂକ୍ରମଣ, ଆକସ୍ମିକ ଭାବେ ଝାଡ଼ିବାକୁ ଲାଗିଲା ମୁଣ୍ଡର କେଶ

Advertisment
ବିଲେଇ ଠାରୁ ଶିଶୁକୁ ହେଲା ସଂକ୍ରମଣ, ଆକସ୍ମିକ ଭାବେ ଝାଡ଼ିବାକୁ ଲାଗିଲା ମୁଣ୍ଡର କେଶ

ନୂଆଦିଲ୍ଲୀ: ଚୀନରେ ବସବାସ କରୁଥିବା ଏକ ପରିବାରକୁ ବିଲେଇ ପାଳିବା ଏତେ ପରିମାଣରେ ମହଙ୍ଗା ପଡ଼ିବ ବୋଲି ସେମାନେ ଭାବି ନଥି‌ଲେ। ବିଲେଇ ପାଳିବା ଦ୍ବାରା ଜଣେ ଶିଶୁ ସଂକ୍ରମିତ ହୋଇଛି। ଆଉ ସପ୍ତାହ ମଧ୍ୟର ତାର ମୁଣ୍ଡର କେଶ ଝଡ଼ିବାକୁ ଆରମ୍ଭ ହୋଇଯାଇଛି। ଏବେ ପୂରା ପରିବାର ଶିଶୁର ଏଭଳି ଅବସ୍ଥାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି।

ଦକ୍ଷିଣ-ପୂର୍ବ ଚୀନର ସେନଝୋନ ସହରରେ ବସବାସ କରୁଥିବା ପରିବାର ପାଇଁ ବିଲେଇ ଚିନ୍ତାର କାରଣ ପାଲଟିଛି। ତେବେ ଶିଶୁ ଜଣକ ବିଲେଇ ପାଳିବା ପାଇଁ ଜିଦ ଧରି ବସିଥିଲା। ଏହାପରେ ତାର ପିତା-ମାତାକୁ ତାକୁ ବିଲେଇ ଆଣି ଦେଇଥିଲେ। ‌ବିଲେଇରୁ ଶିଶୁକୁ ଏଭଳି ସଂକ୍ରମଣ ହେବ ତାହା କେହି ବି ଜାଣି ନଥିଲେ। ଯେପର୍ଯ୍ୟନ୍ତ ଶିଶୁର ଅବସ୍ଥା ଭଲ ହୋଇ ନାହିଁ ତାକୁ ଲଣ୍ଡା କରାଯିବ ବୋଲି ପରିବାରଲୋକ କହିଛନ୍ତି।

ଶିଶୁ ଜଣକ ଟିନିୟା କ୍ୟାପିଟିସରେ ସଂକ୍ରମିତ ହୋଇଛି। ଏହା ଏପରି ଏକ ସଂକ୍ରମଣ ଯାହାଫଳରେ ମୁଣ୍ଡରେ ଦାନାଦାନା ଭଳି ଫଳିଯାଏ। ଏହି ରୋଗ କୌଣସି ସଂକ୍ରମିତ ପଶୁ କି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ହେତୁ ହୋଇଥାଏ ବୋଲି କୁହାଯାଉଛି। ଏହି ରୋଗ ହେଲେ କେଶ ଝଡ଼ିବା ବ୍ୟତୀତ ଚର୍ମ ଶୁଷ୍କ ପଡ଼ିଯିବା ସହିତ କୁଣ୍ଡାଇ ବି ହୋଇଥାଏ। ତେବେ ସପ୍ତାହ ମଧ୍ୟରେ ଏହି ରୋଗ ଭଲ ହୋଇଯାଇଥାଏ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe