ଅସହିଷ୍ଣୁ ରାଜନୀତିରେ ବାପାଙ୍କୁ ହରାଇଥିଲି; ଦେଶ ହରାଇବି ନାହିଁ: ରାହୁଲ୍‌ ଗାନ୍ଧୀ

Advertisment
ଅସହିଷ୍ଣୁ ରାଜନୀତିରେ ବାପାଙ୍କୁ ହରାଇଥିଲି; ଦେଶ ହରାଇବି ନାହିଁ: ରାହୁଲ୍‌ ଗାନ୍ଧୀ

Image Courtesy of NDTV

ନୂଆଦିଲ୍ଲୀ: ଅସହିଷ୍ଣୁ ରାଜନୀତିରେ ବାପାଙ୍କୁ ହରାଇଥିଲି, କିନ୍ତୁ ଅସହିଷ୍ଣୁ ରାଜନୀତିରେ ତାଙ୍କର ପ୍ରିୟତମ ଦେଶ ହରାଇବେ ନାହିଁ ବୋଲି ଆଜି କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରାର ଶୁଭାରମ୍ଭ ପୂର୍ବରୁ ସାଂସଦ ରାହୁଲ୍‌ ଗାନ୍ଧୀ ଆବେଗଭରା ଟୁଇଟ୍‌ କରିଛନ୍ତି।

କନ୍ୟାକୁମାରୀରୁ ବିଶାଳ ଯାତ୍ରାର ଶୁଭାରମ୍ଭ କରିବା ପୂର୍ବରୁ ଆଜି ସକାଳେ ରାହୁଲ୍‌ ଗାନ୍ଧୀ ତାମିଲନାଡୁର ଶ୍ରୀପେରୁମ୍ବୁଦୁର୍‌ରେ ଥିବା ତାଙ୍କର ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମାରକୀ ଦର୍ଶନ କରିଥିଲେ।

ସ୍ମରଣଯୋଗ୍ୟ, ୧୯୯୧, ମେ ୨୧ ତାରିଖ ଦିନ ଶ୍ରୀପେରୁମ୍ବୁଦୁର୍‌ ‘ଲିବରେସନ୍‌ ଟାଇଗର୍ସ ଅଫ୍‌ ତାମିଲ୍‌ ଏଲମ୍‌‘ର ଜଣେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ରାଜୀବ ଗାନ୍ଧୀ ନିହତ ହୋଇଥିଲେ।

publive-image Image Courtesy of Udaybani

ପିତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିବା ସମୟ ଫଟୋ ସହିତ ରାହୁଲ୍‌ ଗାନ୍ଧୀ ଟୁଇଟ୍‌ କରି ଲେଖିଛନ୍ତି, ଅସହିଷ୍ଣୁ ଏବଂ ବିଭାଜନ ରାଜନୀତିରେ ମୁଁ ମୋ ବାପାଙ୍କୁ ହରାଇଥିଲି। ଏଥିରେ ମୁଁ ମୋର ପ୍ରିୟତମ ଦେଶ ହରାଇବି ନାହିଁ। ଶ୍ରଦ୍ଧା ଅସହିଷ୍ଣୁତାକୁ ଜିଣିବ। ଆଶା ଆଶଙ୍କାକୁ ପରାସ୍ତ କରିବ। ଆମେ ଏକତ୍ର ହୋଇ ବିଜୟୀ ହେବା।

ପିତାଙ୍କ ସ୍ମାରକୀ ଦର୍ଶନ କରି ରାହୁଲ୍‌ ଗାନ୍ଧୀ କନ୍ୟାକୁମାରୀରେ ଥିବା ମହାତ୍ମା ଗାନ୍ଧୀ ମଣ୍ଡପମ୍‌ରେ ଆୟୋଜନ କରାଯାଇଥିବା ଏକ କର୍ଯ୍ୟକ୍ରମକୁ ଯାଇଛନ୍ତି। ଯାତ୍ରାର ଶୁଭାରମ୍ଭ ନିମନ୍ତେ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ସେଠାରେ ତାଙ୍କୁ ଜାତୀୟ ପତାକା ହସ୍ତାନ୍ତର କରିବେ।

କଂଗ୍ରେସ କହିଛି, ଏହା ହେଉଛି ଦେଶରେ ସବୁଠୁ ଦୀର୍ଘ ରାଜନୈତିକ ପଦଯାତ୍ରା। ଆଜି ସନ୍ଧ୍ୟା ୫ଟାରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଏହି ଯାତ୍ରାର ଶୁଭାରମ୍ଭ କରାଯିବ। ଆଗାମୀକାଲି ସକାଳେ ୩,୫୦୦ କିଲୋମିଟର୍‌ବିଶିଷ୍ଟ ଏହି ଦୀର୍ଘ ପଦଯାତ୍ରା କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ଚାଲିବ। ଏହି ପଦଯାତ୍ରାରେ ରାହୁଲ୍‌ ଗାନ୍ଧୀଙ୍କ ସହିତ ଯୋଗ ଦେବେ ୧୧୮ ‘ଭାରତ ଯାତ୍ରୀ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe