ଦାଢ଼ି କାଟିବାକୁ ଯାଇଥିବାବେଳେ ୯ ଲକ୍ଷ ଟଙ୍କା ଲୁଟିନେଲେ ଚୋର

Advertisment
ଦାଢ଼ି କାଟିବାକୁ ଯାଇଥିବାବେଳେ ୯ ଲକ୍ଷ ଟଙ୍କା ଲୁଟିନେଲେ ଚୋର

photo-zee news

ପାଟନା: ଦାଢ଼ି କାଟିବାକୁ ସେଲୁନକୁ ଯାଇଥିବାବେଳେ ୯ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା | ବିହାରର ନୱାଡାରେ ଏଭଳି ଏକ ଘଟଣା ଘଟିଛି |ଶୁକ୍ରବାର ଦିନ ଏକ ଗାଡିର ଗ୍ଲାସ ଭାଙ୍ଗି ନିର୍ଭୟରେ ଅପରାଧୀମାନେ ନଅ ଲକ୍ଷ ଟଙ୍କା ଲୁଟି ଚମ୍ପଟ ମାରିଛନ୍ତି । ବିହାରର ଗୟା ରୋଡରେ ଥିବା ସୀମା ଟକିଜ୍ ନିକଟରେ ଏହି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ରାଜୁଲି-ବଖତିଆରପୁର ଚାରି ଲେନ ନିର୍ମାଣ କରୁଥିବା ଗାବର କନଷ୍ଟ୍ରକସନର ମ୍ୟାନେଜର ଓମ ପ୍ରକାଶଙ୍କ ସହ ଏହା ଘଟିଛି। ସେ ଦାଢ଼ି କାଟିବା ପାଇଁ ସେଲୁନ୍‌କୁ ଯାଇଥିବାବେଳେ ତାଙ୍କ ସହ ଏହି ଘଟଣା ଘଟିଥଲା ବୋଲି କୁହାଯାଉଛି |

ଓମଙ୍କ କହିବା ମୁତାବକ କମ୍ପାନୀର ଆଡମିନିଷ୍ଟ୍ରେଟର ତଥା ମ୍ୟାନେଜର ମନଦୀପ ସିଂ ଏବଂ ଗୁରୁଦୀପ ସିଂ ଏଚଡିଏଫସି ବ୍ୟାଙ୍କରୁ ପାଞ୍ଚ ଲକ୍ଷ ଟଙ୍କା ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପାଞ୍ଚ ଲକ୍ଷ ଟଙ୍କା ଉଠାଇ ମ୍ୟାନେଜର ଓମ୍ ପ୍ରକାଶଙ୍କୁ ଦେଇଥିଲେ। ସେ ଏକ ଲକ୍ଷ ଟଙ୍କା ବାହାର କରି ତାଙ୍କ ପାଖରେ ରଖିଥିଲେ ଏବଂ ବାକି ନଅ ଲକ୍ଷ ଟଙ୍କାକୁ କାରର ସିଟରେ ରଖିଥିଲେ। ଏହା ପରେ ମ୍ୟାନେଜର ଓମ ପ୍ରକାଶ ସୀମା ଟକିଜ୍ ନିକଟରେ କାର ରଖି ଦାଢ଼ି କାଟିବାକୁ ଯାଇଥିଲେ |

ଯେତେବେଳେ ସେ ପ୍ରାୟ ୨୦-୨୫ ମିନିଟ୍ ପରେ ସେଲୁନରୁ ବାହାରକୁ ଆସିଥିଲେ, ସେତେବେଳେ କାରର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଗାଡିର ଡାହାଣ ପାର୍ଶ୍ୱ ଗ୍ଲାସ ଭଙ୍ଗାଯାଇଥିଲା ଏବଂ ଭିତରେ ରଖାଯାଇଥିବା ନଅ ଲକ୍ଷ ଟଙ୍କା ଗାୟବ ଥିଲା | ସେ ଏବାବଦରେ ପୁଲିସକୁ ଜଣାଇବା ସହ ଉପରିସ୍ଥ କର୍ମଚାରୀଙ୍କୁ ମଧ୍ୟ କହିଥିଲେ | ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe