ପାସ୍‌ପୋର୍ଟରେ ଥିବା ପଦ୍ମ ସଙ୍କେତ ପରିବର୍ଦ୍ଧିତ ନିରାପତ୍ତା ବୈଶିଷ୍ଟ୍ୟର ଅଂଶବିଶେଷ: ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

Advertisment
ପେସାଦାର ଅପରାଧୀକୁ ପାସପୋର୍ଟ ମିଳିବା ଘଟଣା, ତଦନ୍ତ ଫାଇଲରେ ବନ୍ଧା ହେବ କି ଡୋରି?

Image Source: Zee News

ନୂଆଦିଲ୍ଲୀ: ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ ନୂତନ ପାସ୍‌ପୋର୍ଟରେ ମୁଦ୍ରିତ ପଦ୍ମ ସଙ୍କେତ ହେଉଛି ପରିବର୍ଦ୍ଧିତ ନିରାପତ୍ତା ବୈଶିଷ୍ଟ୍ୟର ଅଂଶବିଶେଷ। ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ଜାତୀୟ ସଙ୍କେତଗୁଡ଼ିକ ମଧ୍ୟ ଏଥିରେ ବ୍ୟବହାର କରାଯିବ।

ପଦ୍ମ ଭାରତୀୟ ଜନତା ପାର୍ଟିର ସଙ୍କେତ ହୋଇଥିବା ଦର୍ଶାଇ ବୁଧବାର ଦିନ ପାର୍ଲାମେଣ୍ଟ୍‌ରେ ବିରୋଧୀ ଦଳମାନେ ପ୍ରତିବାଦ କରିବା ପରେ ଏ ଭଳି ବିବୃତି ଦିଆଯାଇଛି।

publive-image Image Source: India TV

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି: ପଦ୍ମ ଆମର ଜାତୀୟ ଫୁଲ ଏବଂ ଜାଲ୍‌ ପାସ୍‌ପୋର୍ଟ ଚିହ୍ନଟ କରିବା ନିମନ୍ତେ ପରିବର୍ଦ୍ଧିତ ନିରାପତ୍ତା ବୈଶିଷ୍ଟ୍ୟର ଅଂଶବିଶେଷ। ସେ ଆହୁରି କହିଛନ୍ତି କି, ପର୍ଯ୍ୟାୟକ୍ରମେ ଅନ୍ୟ ଜାତୀୟ ସଙ୍କେତଗୁଡ଼ିକ ମଧ୍ୟ ବ୍ୟବହାର କରାଯିବ।

ସେ ପୁଣି କହିଛନ୍ତି: ଏବେ ପଦ୍ମ। ଆର ମାସରେ ଅନ୍ୟ କିଛି ହୋଇପାରେ। ଜାତୀୟ ଫୁଲ ହେଉ କି ଜାତୀୟ ପଶୁ ହେଉ- ଏ ସବୁ ହେଉଛି ଭାରତ ସହ ସଂଯୋଗ ଥିବା ସଙ୍କେତ।

ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସିଭିଲ୍‌ ଏଭିଏସନ୍‌ ଅର୍ଗାନାଇଜେସନ୍‌ ଗାଇଡ୍‌ଲାଇନ୍‌ ଅଂଶବିଶେଷ ଭାବେ ଏହି ନିରାପତ୍ତା ବୈଶିଷ୍ଟ୍ୟଗୁଡ଼ିକୁ ପ୍ରୟୋଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe