'ଲଭ୍ ଜିହାଦ୍'ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ଚିନ୍ତା କରାଯାଉଛି: ମଧ୍ୟପ୍ରଦେଶ ଗୃହମନ୍ତ୍ରୀ

Advertisment
'ଲଭ୍ ଜିହାଦ୍'ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ଚିନ୍ତା କରାଯାଉଛି: ମଧ୍ୟପ୍ରଦେଶ ଗୃହମନ୍ତ୍ରୀ

photo-national herald

ଭୋପାଳ: ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା 'ଲଭ୍ ଜିହାଦ୍' ବିରୋଧରେ ପ୍ରସ୍ତୁତ ଆଇନ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଅଭିଯୁକ୍ତଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି କରିବା ପାଇଁ ସରକାର ଏକ ବ୍ୟବସ୍ଥା ଯୋଡିବାକୁ ବିଚାର କରୁଛନ୍ତି। ଗୃହମନ୍ତ୍ରୀ କହିଛନ୍ତି ଯେ ମଧ୍ୟପ୍ରଦେଶରେ 'ଲଭ୍ ଜିହାଦ୍' ବିରୋଧରେ ପ୍ରସ୍ତୁତ କରାଯାଉଥିବା ଆଇନକୁ ଅଧିକ କଡାକଡି କରାଯିବ ।

ସେ କହିଛନ୍ତି, 'ଲଭ୍ ଜିହାଦ' ଆଇନ ଖୁବ ଶୀଘ୍ର କ୍ୟାବିନେଟରେ ଆସିବ ଏବଂ ଏହା ପରେ ଡିସେମ୍ବର ୨୮ ରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଅଧିବେଶନରେ ଏହାକୁ ଅଣାଯିବ | ଗୃହମନ୍ତ୍ରୀ କହିଛନ୍ତି, 'ଆମର ଆଇନ ଅନ୍ୟ ରାଜ୍ୟଠାରୁ ଭିନ୍ନ ଓ କଠୋର ହେବ। ୧୦ ବର୍ଷର ଜେଲ ଦଣ୍ଡ ସହ ଅଭିଯୁକ୍ତଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ଚିନ୍ତା କରାଯାଉଛି | ଏହା ସହ ପୀଡିତାଙ୍କୁ ଭତ୍ତା ଭଳି ପ୍ରସଙ୍ଗ ଉପରେ ମଧ୍ୟ ବିଚାର କରାଯାଉଛି' ।

ସୂଚନା ଥାଉ କି ଉତ୍ତରପ୍ରଦେଶ ପରେ ବର୍ତ୍ତମାନ ମଧ୍ୟପ୍ରଦେଶରେ 'ଲଭ୍ ଜିହାଦ୍' ବିରୋଧରେ ଆଇନ ପ୍ରଣୟନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଏହି ଆଇନ ସମ୍ପର୍କରେ ଗୃହ ଓ ଆଇନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ୨୮ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ 'ଧର୍ମ ସ୍ୱତନ୍ତ୍ରତା ଅଧିନିୟମ ୨୦୨୦' ବିଲ୍ ଆଗତ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe