Image Courtesy of India Today
ୱାସିଂଟନ୍: ଭାରତ ଓ ଚୀନ୍ର ଲୋକମାନଙ୍କ ମଧ୍ୟରେ ଶାନ୍ତି ରକ୍ଷା କରିବାକୁ ଯାହା ସମ୍ଭବ ସବୁ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କରିବାକୁ ଆଗ୍ରହୀ ବୋଲି ତାଙ୍କର ଜଣେ ମୁଖପାତ୍ର କହିଛନ୍ତି।
କିନ୍ତୁ, ଗତ କେତେ ସପ୍ତାହ ହେବ ଟ୍ରମ୍ପ୍ ପ୍ରଶାସନ ଚୀନ୍ ବିରୋଧରେ ଭାରତକୁ ସମର୍ଥନ କରିବାକୁ ଆଗଭର ହୋଇଥିଲା।
ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ କେଲିଗ୍ ମ୍ୟାକ୍ଇନାନି ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଟମ୍ପ୍ କହିଛନ୍ତି- ମୁଁ ଭାରତ ଓ ଚୀନ୍ ଲୋକମାନଙ୍କୁ ଶ୍ରଦ୍ଧା କରେ। ସେ ଲୋକମାନଙ୍କ ଶାନ୍ତି ରକ୍ଷା ପାଇଁ ଯାହା କିଛି ସମ୍ଭବ ସବୁ କରିବାକୁ ମୁଁ ଆଗ୍ରହୀ।
Image Courtesy of The Hinduଭାରତ ଲାଗି ଟ୍ରମ୍ପ୍ଙ୍କ ବାର୍ତ୍ତା କ’ଣ ବୋଲି ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଏ ଭଳି କହିଛନ୍ତି। ଗତକାଲି ସକାଳେ ହ୍ବାଇଟ୍ ହାଉସ୍ ଆର୍ଥିକ ଉପଦେଷ୍ଟା ଲେରି କୁଡ୍ଲୋ ଭାରତକୁ ଉତ୍ତମ ବନ୍ଧୁ ଭାବେ ବର୍ଣ୍ଣନା କରି କହିଥିଲେ ଯେ, ରାଷ୍ଟ୍ରପତି ଟ୍ରମ୍ପ୍ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରମ ବନ୍ଧୁ।
ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଭାରତ ଯୁକ୍ତରାଷ୍ଟ୍ର ଆମେରିକାର ମହାନ ବନ୍ଧୁ।
Follow Us