ଇସଲାମାବାଦ: ୨୦୧୨ ମସିହାରେ, ଜଣେ ୧୨ ବର୍ଷୀୟା ପାକିସ୍ତାନୀ ଝିଅ ତାଲିବାନର ଭୟଙ୍କର ଯୋଜନାକୁ ଦୋହଳାଇ ଦେଇଥିଲେ। ତାଙ୍କ ନାମ ଥିଲା ମଲାଲା ୟୁସୁଫଜାଇ। ଆଜି ସେହି ମଲାଲା ନୋବେଲ ଶାନ୍ତି ପୁରସ୍କାର ବିଜେତା ଏବଂ ବିଶ୍ୱବ୍ୟାପୀ ବାଳିକା ଶିକ୍ଷା ପାଇଁ ଏକ ପ୍ରମୁଖ ସ୍ୱର ପାଲଟିଛନ୍ତି। ଏବେ ୨୮ ବର୍ଷ ବୟସରେ, ମଲାଲା ପୁଣି ଥରେ ଶିରୋନାମାରେ ଅଛନ୍ତି, ଏବଂ ଏଥର କାରଣ ହେଉଛି ତାଙ୍କର ନୂତନ ଆତ୍ମଜୀବନୀ, "ଫାଇଣ୍ଡିଂ ମାଇ ୱେ", ଯାହା ୨୧ ଅକ୍ଟୋବର ୨୦୨୫ ରେ ମୁକ୍ତିଲାଭ କରିବାକୁ ଯାଉଛି।
ଏହି ପୁସ୍ତକରେ ମଲାଲା ତାଙ୍କ ଜୀବନର ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ପ୍ରକାଶ କରିଛନ୍ତି। କାହାଣୀ ମଧ୍ୟରେ ତାଙ୍କ ବିବାହ ହେଉଛି ସବୁଠାରୁ ଚର୍ଚ୍ଚିତ ବିଷୟ। ୩୫ ବର୍ଷ ବୟସ ପୂର୍ବରୁ ବିବାହ କରିବାକୁ ଚାହୁଁ ନଥିବା ମଲାଲା କିପରି ଅସର ମାଲିକଙ୍କ ପ୍ରେମରେ ପଡ଼ିଥିଲେ, ତାହାର କାହାଣୀ ପ୍ରକୃତରେ ଆକର୍ଷଣୀୟ।
୧୫ ବର୍ଷ ବୟସରେ କେବଳ ଝିଅମାନଙ୍କ ଶିକ୍ଷା ପାଇଁ କହିବାରୁ ତାଲିବାନ ଦ୍ୱାରା ଗୁଳି ଚାଳନାର ସମ୍ମୁଖୀନ ହୋଇଥିବା ମଲାଲା ଏବେ ବିଶ୍ୱ ପାଇଁ ସାହସ ଏବଂ ଆଶାର ଏକ ମଡେଲ ଭାବରେ କାର୍ଯ୍ୟ କରୁଛନ୍ତି।
୨୦୨୧ ମସିହାରେ, ସେ ବର୍ମିଂହାମରେ ଏକ ଛୋଟ ଏବଂ ସରଳ ବିବାହ ସମାରୋହରେ ଅସର ମାଲିକଙ୍କୁ ବିବାହ କରିଥିଲେ। ପାକିସ୍ତାନ କ୍ରିକେଟ୍ ବୋର୍ଡ ସହିତ ଜଡିତ ଅସର, ମଲାଲାଙ୍କ ଜୀବନରେ ଏପରି ସମୟରେ ଆସିଥିଲେ ଯେତେବେଳେ ସେ ପ୍ରେମ ଏବଂ ସମ୍ପର୍କ ବିଷୟରେ ଗଭୀର ଦ୍ୱନ୍ଦ୍ୱରେ ଥିଲେ। ମୁଁ ବିବାହ କରିବାକୁ ଚାହୁଁ ନଥିଲି, ଅତି କମରେ ମୁଁ ୩୫ ବର୍ଷ ବୟସ ପର୍ଯ୍ୟନ୍ତ ବିବାହ କରିବାକୁ ଚାହୁଁ ନାହିଁ ବୋଲି କହିଥିବା ମଲାଲା କିପରି ପ୍ରେମରେ ପଡ଼ିଲେ ଏବଂ ଅସରଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେଲେ ସେ ନେଇ ପୁସ୍ତକରେ ପ୍ରକାଶିତ ହୋଇଛି।
ଅହୁରି ପଢ଼ନ୍ତୁ:Accident at duarsuni ghati: କାର୍ ଉପରେ ଓଲଟିଲା ବସ୍, ୨୫ ଯାତ୍ରୀ ଆହତ
ବିବାହ ନେଇ କ’ଣ କହୁଥିଲେ ମଳାଲା ?
ମଲାଲା ସବୁବେଳେ ବିବାହ ବିଷୟରେ ସନ୍ଦେହ ପ୍ରକାଶ କରିଥିଲେ। ବ୍ରିଟିଶ ଭୋଗକ ପାଇଁ ୨୦୨୧ ମସିହାରେ ଏକ ପ୍ରବନ୍ଧରେ ସେ ଲେଖିଥିଲେ, ମୁଁ ବିବାହ ବିରୁଦ୍ଧରେ ନଥିଲି, କିନ୍ତୁ ମୁଁ ଏହାର ପୁରୁଷବାଦୀ ଗଠନ ଏବଂ ମହିଳାଙ୍କଠାରୁ ଏହା ଆଶା କରୁଥିବା ଆପୋଷ ଉପରେ ପ୍ରଶ୍ନ ଉଠାଇଥିଲି। ମୁଁ ମୋର ସ୍ୱାଧୀନତା ଏବଂ ନାରୀତ୍ୱ ହରାଇବାକୁ ଭୟ କରୁଥିଲି। ମୋର ଉତ୍ତର ଥିଲା, ମୁଁ ଆଦୌ ବିବାହ କରିବି ନାହିଁ।
୨୦୧୮ ମସିହାର ଗ୍ରୀଷ୍ମ ଋତୁରେ ମଲାଲା ଏବଂ ଅସର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଭେଟ ହୋଇଥିଲେ। ମଲାଲା ଦର୍ଶନ, ରାଜନୀତି ଏବଂ ଅର୍ଥନୀତିରେ ଡିଗ୍ରୀ ହାସଲ କରୁଥିଲେ। ଅସର ସେତେବେଳେ ୨୯ ବର୍ଷ ବୟସର ଥିଲେ। ସେମାନଙ୍କର କଥାବାର୍ତ୍ତା ଫୋନ୍ କଲ୍ ସହିତ ଆରମ୍ଭ ହୋଇଥିଲା। ମଲାଲା ତାଙ୍କ ସ୍ମୃତିକଥାରେ ଲେଖିଛନ୍ତି, ମୁଁ ଥକ୍କାପଣ ଏବଂ ଚିନ୍ତା ସହିତ ସଂଘର୍ଷ କରୁଥିଲି। ଅସର ପ୍ରତିଦିନ ମୋତେ ସ୍ବାସ୍ଥ୍ୟ ବିଷୟରେ ପଚାରିବା ପାଇଁ ଫୋନ୍ କରୁଥିଲେ। ସେ ମୋର ଫ୍ରେଞ୍ଚ ଫ୍ରାଏଜ୍ ଖାଦ୍ୟକୁ ସମାଲୋଚନା କରୁଥିଲେ, ଏବଂ ତା’ପରେ ଆମର କଥାବାର୍ତ୍ତା ପିଲାଦିନ, ସ୍ୱପ୍ନ ନେଇ ହେଉଥିଲା। ପରେ ବିବାହ ୨୦୨୧ ନଭେମ୍ବର ୯ରେ ହୋଇଥିଲା। ପୁସ୍ତକରେ ମଲାଲା ଲଭ୍ ଷ୍ଟୋରୀ ଏବଂ ୨୦୧୨ରେ ହୋଇଥିବା ଗୁଳିମାଡ଼ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।
ଅହୁରି ପଢ଼ନ୍ତୁ:bjp jay dholkia files nomination: ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
: Malala Yousafzai | taliban | Love Story