ପାଟନା: ବିହାରରେ ଲକଡାଉନ ପରେ କରୋନାରେ ଦ୍ରୁତ ହ୍ରାସକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲକଡାଉନ୍ ୨ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଲକଡାଉନର ଅବଧି ମେ ୧୬ ରୁ ମେ ୨୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି | ତେବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏହି ଘୋଷଣା ପରେ ତାଙ୍କ ଟ୍ୱିଟରେ ବିହାରର ଜଣେ ଯୁବକ ଏଭଳି ଏକ ଦାବି କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଏହି ଯୁବକ ଜଣକ ସିଏମ ନୀତୀଶ କୁମାରଙ୍କୁ ବିବାହ ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଥିଲେ।
ସୂଚନା ମୁତାବକ ବିହାରରେ ଲକଡାଉନରେ ବିବାହକୁ ନେଇ କଡା ନିୟମ କରାଯାଇଛି | ବିବାହ କାର୍ଯ୍ୟକ୍ରମରେ ସମୁଦାୟ ୨୦ ଜଣ ହିଁ ସାମିଲ ହେବାକୁ ଅନୁମତି ଦିଆଯାଇଛି | ଆଉ ମୁଖ୍ୟମନ୍ତ୍ରୀ ଲକଡାଉନ ବଢିଥିବା ନେଇ ଟ୍ୱିଟ୍ କରିବା ପରେ ଜଣେ ୟୁଜର୍ସ ପଙ୍କଜ କୁମାର ଗୁପ୍ତା ନୀତୀଶଙ୍କୁ ଟ୍ୟାଗ୍ କରି କହିଛନ୍ତି, 'ସାର୍, ଯଦି ଆପଣ ଲକଡାଉନରେ ବିବାହ ବନ୍ଦ କରିଦିଅନ୍ତେ, ତେବେ ମେ ୧୯ ରେ ପ୍ରେମିକାର ବିବାହ ମଧ୍ୟ ବନ୍ଦ ହୋଇଯିବ। ଆଉ ଏଭଳି କଲେ ମୁଁ ସାରା ଜୀବନ ଆପଣଙ୍କ ପାଖେ କୃତଜ୍ଞ ହୋଇ ରହିବି'|
Photo-News 18କୁହାଯାଉଛି ଯେ ପଙ୍କଜ କୁମାରଙ୍କ ପ୍ରେମିକାଙ୍କ ବାହାଘର ଆସନ୍ତା ୧୯ ତାରିଖରେ ହେବାକୁ ଯାଉଛି, ଆଉ ନିଜ ପ୍ରେମିକାଙ୍କୁ ଆଉ କାହା ସହ ବିବାହ ହେଉଥିବାର ଜାଣି ପ୍ରେମିକ ଜଣକ ଖୁବ ଭାଙ୍ଗିପଡିଛନ୍ତି | ତେଣୁ ଲକଡାଉନରେ ବିବାହକୁ ଅନୁମତି ନ ଦେବାକୁ ସେ ଅନୁରୋଧ କରିଛନ୍ତି | ବିବାହ ନ ହୋଇପାରିଲେ ସେ ଖୁବ ଖୁସି ହେବେ ବୋଲି କହିଛନ୍ତି |
Follow Us