ଖୁବଶୀଘ୍ର ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ ହେବ ‘ଲଭ୍‌ୟାପା’

ରୋମାଣ୍ଟିକ୍ ଓ କମେଡିରେ ଭରପୂର ଫିଲ୍ମ 'ଲଭ୍‌ୟାପା' ଖୁବଶୀଘ୍ର ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମ ସହିତ ସୁପରଷ୍ଟାର୍‌ ଆମୀର ଖାନ୍‌ଙ୍କ ପୁଅ ଜୁନୈଦ ଖାନ୍‌ ଏବଂ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ମଧ୍ୟ ବଡ଼ ପରଦାରେ ଡେବ୍ୟୁ କରିବେ ।

 The Statesman

ମୁମ୍ବାଇ: ରୋମାଣ୍ଟିକ୍ ଓ କମେଡିରେ ଭରପୂର ଫିଲ୍ମ 'ଲଭ୍‌ୟାପା' ଖୁବଶୀଘ୍ର ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମ ସହିତ ସୁପରଷ୍ଟାର୍‌ ଆମୀର ଖାନ୍‌ଙ୍କ ପୁଅ ଜୁନୈଦ ଖାନ୍‌ ଏବଂ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ମଧ୍ୟ ବଡ଼ ପରଦାରେ ଡେବ୍ୟୁ କରିବେ । ନିକଟରେ 'ଲଭ୍‌ୟାପା'ର ଟ୍ରେଲର ରିଲିଜ୍ ହୋଇସାରିଛି । ଏହି ଫିଲ୍ମଟି ଭାଲେଣ୍ଟାଇନ୍ ଡେ' ଦିନ ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ପ୍ରସ୍ତୁତ ହୋଇସାରିଛି। ‘ଲଭ୍‌ୟାପା’ ହଲ୍‌ରେ ରିଲିଜ୍ ପୂର୍ବରୁ ଓଟିଟି ପ୍ଲାଟ୍‌ଫର୍ମରେ କେବେ ରିଲିଜ୍ ହେବ ଜାଣିରଖନ୍ତୁ।

ସୂଚନା ଅନୁସାରେ, ଅଦ୍ୱୈତ ଚନ୍ଦନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲଭ୍‌ୟାପା’ ଫେବ୍ରୁଆରି ୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଫିଲ୍ମଟି ୨୦୨୨ ତାମିଲ ଚଳଚ୍ଚିତ୍ର 'ଲଭ୍ ଟୁଡେ'ର ରିମେକ୍ ଅଟେ । ଏସବୁ ମଧ୍ୟରେ ସୂଚନା ଥାଉକି, ‘ଲଭ୍‌ୟାପା’ ପ୍ରେକ୍ଷାଳୟରେ ରିଲିଜ୍ ପୂର୍ବରୁ ଓଟିଟି ପ୍ଲାଟ୍‌ଫର୍ମର ଡିଜନି ପ୍ଳସ ହଟଷ୍ଟାରରେ ଆସିବ ବୋଲି ଅନୁମାନ କରାଯାଉଛି । ତେବେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇ ନାହିଁ । 

‘ଲଭ୍‌ୟାପା’ର ଟ୍ରେଲର ଆସିବା ପରେ ଏହି ଫିଲ୍ମ ବିଷୟରେ ଜାଣିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍ ରହିଛି । ଏହି ଫିଲ୍ମ ରୋମାଣ୍ଟିକ୍ ଓ ଭରପୂର କମେଡି ଦ୍ୱାରା ନିର୍ମିତ ହୋଇଛି । ଏଥିରେ ଗ୍ରୁଶା କପୁର, ଆଶୁତୋଷ ରାଣା, ତନବିକା ପାର୍ଲିକର, କିକୁ ଶାରଦା ଏବଂ କୁଞ୍ଜ ଆନନ୍ଦଙ୍କ ପରି ଅନେକ କଳାକାର କାମ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe