ରେଳ ଷ୍ଟେସନ୍‌ରେ ବିକ୍ରି ହେବ ଶସ୍ତା ନାପ୍‌କିନ୍‌ ଓ କଣ୍ଡୋମ୍‌

Advertisment
ରେଳ ଷ୍ଟେସନ୍‌ରେ ବିକ୍ରି ହେବ ଶସ୍ତା ନାପ୍‌କିନ୍‌ ଓ କଣ୍ଡୋମ୍‌

ନୂଆଦିଲ୍ଲୀ: କେବଳ ଯାତ୍ରୀମାନଙ୍କ ପାଇଁ ନୁହେଁ, ଆଖପାଖରେ ବସବାସ କରୁଥିବା ଲୋକଙ୍କ ପାଇଁ ମଧ୍ୟ ରେଳ ଷ୍ଟେସନ୍‌ରେ ବିକ୍ରୟ କରାଯିବ କଣ୍ଡୋମ୍‌ ଏବଂ ସାନିଟାରି ପ୍ୟାଡ୍‌। ନିକଟରେ ରେଳବାଇ ବୋର୍ଡ ଅନୁମୋଦନ କରିଥିବା ନୂତନ ଟଏଲେଟ୍‌ ପଲିସିରେ ଏ ଭଳି ନିଷ୍ପତ୍ତି ନିଆଯାଇଛି।

ପଲିସିରେ ଉଲ୍ଲେଖ କରାଯାଇଛି ଯେ ଷ୍ଟେସନ୍‌ ପରିଧି ମଧ୍ୟରେ ଓ ବାହାରେ, ଆଖପାଖ ଅଞ୍ଚଳରେ, ବିଶେଷକରି ନିକଟବର୍ତ୍ତୀ ବସ୍ତି ଓ ଗାଁ’ରେ ଉଚିତ ପରିମଳ ବ୍ୟବସ୍ଥା ନ ଥିବାରୁ ଲୋକେ ବାହାରେ ମଳମୂତ୍ର ତ୍ୟାଗ କରୁଛନ୍ତି। ଫଳରେ ରେଳ ଷ୍ଟେସନ୍‌ ଅଞ୍ଚଳର ପରିମଳ ଅସ୍ୱସ୍ତିକର ହୋଇ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜାଉଛି।

publive-image

ଏ ଭଳି ସମସ୍ୟାର ସମାଧାନ କରିବା ପାଇଁ ରେଳବାଇ ଷ୍ଟେସନ୍‌ ପରିଧି ମଧ୍ୟରେ ପୁରୁଷ ଓ ମହିଳାଙ୍କ ନିମନ୍ତେ ପୃଥକ ଶୌଚାଳୟ ବନ୍ଦୋବସ୍ତ କରିବ। ଏହି ଶୌଚାଳୟ ସବୁ ଋତୁକାଳ ପରିମଳ ବ୍ୟବସ୍ଥା ଗ୍ରହଣ ଏବଂ ଗର୍ଭନିରୋଧକର ବ୍ୟବହାର ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଇବ। ପ୍ରତି ଶୌଚାଳୟ ପାଇଁ ରହିବ ଗୋଟିଏ ଲେଖାଁ ଛୋଟ କିଓସ୍କ ଏବଂ ସେଥିରେ ବିକ୍ରୟ କରାଯିବ ଶସ୍ତାଳିଆ ସାନିଟାରି ପ୍ୟାଡ୍‌ ଏବଂ ବ୍ୟବହୃତ ପ୍ୟାଡ୍‌ ପୋଡ଼ିବା ପାଇଁ ଗୋଟିଏ ଇନ୍‌ସିନେରାଟର୍‌। ପୁରୁଷମାନଙ୍କ ପାଇଁ ସେଠାରେ କଣ୍ଡୋମ୍‌ ମଧ୍ୟ ସେଠାରେ ମଳିବ ବୋଲି ପଲିସିରେ ଉଲ୍ଲେଖ ଅଛି।

ଦେଶରେ ଥିବା ୮, ୫୦୦ ଷ୍ଟେସନ୍‌ ଭିତରେ ଏବଂ ବାହାରେ ଗୋଟିଏ ଲେଖାଏଁ ଶୌଚାଳୟ ନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠି ସିଏସ୍‌ଆର୍‌ ଫଣ୍ଡ୍‌ ଜରିଆରେ ବିଭିନ୍ନ କର୍ପୋରେସନ୍‌ ଅଣାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe