ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହେଲା ‘ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର’

Advertisment
ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହେଲା ‘ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର’

Image Courtesy of India Today

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସଂଘଠିତ ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ପାଲଟି ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆଜି ସୂଚନା ଦେଇଛି।

ଏହି ଲଘୁଚାପ କ୍ଷେତ୍ର ସହିତ ସମ୍ମିଳିତ ହୋଇଥିବା ଘୂର୍ଣ୍ଣିବଳୟ ଏବେ ବାୟୁମଣ୍ଡଳର ନିମ୍ନସ୍ତରର ମଧ୍ୟବର୍ତ୍ତୀ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଯାଇଛି। ଏହି ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ଉତ୍ତରପଶ୍ଚମ ଦିଗକୁ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଅବପାତ ପାଲଟିବାର ସମ୍ଭାବନା ରହିଛି। ମେ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ଏହି ଅବପାତ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସାମୁଦ୍ରିକ ବାତ୍ୟା ପାଲଟିବାର ସମ୍ଭାବନା ଅଛି।

ଏହାପରେ, ଏହି ବାତ୍ୟା ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତିଶୀଳ ହେବ ଓ ପଶ୍ଚିମ-କେନ୍ଦ୍ରୀୟ ଏବଂ ମେ ୧୦ ତାରିଖ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ-ଓଡ଼ିଶା  ଉପକୂଳବର୍ତ୍ତୀ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିଛି।

publive-image Image Courtesy of India Today

ଏହାର ପ୍ରଭାବରେ ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ପ୍ରବଳ ବୃଷ୍ଟିପାତ ହେବ। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା କେଉଁଠି ସ୍ଥଳଭାଗରେ ପ୍ରବେଶ କରିବ ଏପର୍ଯ୍ୟନ୍ତ ତା’ର ପୂର୍ବାନୁମାନ କରିନାହୁଁ। ସ୍ଥଳଭାଗରେ ପ୍ରବେଶ କରିବା ସମୟରେ ସମ୍ଭାବ୍ୟ ବତାସର ବେଗ କେତେ ରହିବ, ତାହା ମଧ୍ୟ ଆକଳନ କରିନାହୁଁ।

କିନ୍ତୁ, ମେ ୯ ତାରିଖ ଠାରୁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥବାରୁ ପୂର୍ବତଟରେ ଥିବା ମତ୍ସ୍ୟଜୀବୀମାନଙ୍କ ପାଇଁ ସମୁଦ୍ର ପ୍ରବେଶ ନିଷେଧ କରାଯାଇଥିବା କଥା ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe