ଉତ୍ତର ଆଣ୍ଡାମାନ ଏବଂ ସନ୍ନିକଟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର:  ୧୧ ରୁ ୧୨ ତାରିଖ ପୂର୍ବାହ୍ନ ଯାଏଁ ଝଡ଼ବର୍ଷା ସମ୍ଭାବନା

Advertisment
ଉତ୍ତର ଆଣ୍ଡାମାନ ଏବଂ ସନ୍ନିକଟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର:  ୧୧ ରୁ ୧୨ ତାରିଖ ପୂର୍ବାହ୍ନ ଯାଏଁ  ଝଡ଼ବର୍ଷା ସମ୍ଭାବନା

Image Courtesy of National Herald

ନୂଆଦିଲ୍ଲୀ: ଉତ୍ତର ଆଣ୍ଡାମାନ ସନ୍ନିକଟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଆସନ୍ତାକାଲି ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତରେ ପରିଣତ ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗର ‘ବାତ୍ୟା ସତର୍କ ସୂଚନା ଡିଭିଜନ୍ କହିଛି।

ଏହା ଆହୁରି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଲଘୁଚାପ ଭାବେ ୧୨ ତାରିଖ ସକାଳେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର ପ୍ରଭାବରେ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ଉପକୂଳ, ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ପାଗ ପ୍ରତିକୂଳ ରହିବାର ସମ୍ଭାବନା ଅଛି। ୧୧ ଓ ୧୨ ତାରିଖରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା, ଅଭ୍ୟନ୍ତର କର୍ଣ୍ଣାଟକ ଏବଂ ପାଶ୍ବବର୍ତ୍ତୀ ମହାରାଷ୍ଟ୍ରରେ ପାଗ ପ୍ରତିକୂଳ ରହିପାରେ।

ଏଥିଯୋଗୁଁ ଅକ୍ଟୋବର ୯ ଓ ୧୦ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ଅଧିକାଂଶ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

publive-image Image Courtesy of National Herald

ଅକ୍ଟୋବର ୧୦ ତାରିଖ ଦିନ ଓଡ଼ିଶା, ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାୟଲାସୀମା, ଅଭ୍ୟନ୍ତର କର୍ଣ୍ଣାଟକ ଏବଂ ମରାଠାୱାଡ଼ାର ଅନେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି। ଏହାଛଡ଼ା ଅଭ୍ୟନ୍ତର ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଅଭ୍ୟନ୍ତର କର୍ଣ୍ଣାଟକର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ।

ସେହିଭଳି, ଅକ୍ଟୋବର ୧୧ ଓ ୧୨ ତାରିଖରେ ଉପକୂଳବର୍ତ୍ତୀ ଓଡ଼ିଶା, ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ମରାଠାୱାଡ଼ା ଏବଂ ବିଦର୍ଭରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅଭ୍ୟନ୍ତର ଉପକୂଳବର୍ତ୍ତୀ ଓଡ଼ିଶା, ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ମରାଠାୱାଡ଼ା ଏବଂ ବିଦର୍ଭରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ଲଘୁଚାପ କାରଣରୁ ଅକ୍ଟୋବର ୯ ତାରିଖରେ ଆଣ୍ଡାମାନ ଦ୍ବୀପପୁଞ୍ଜ, ଆଣ୍ଡାମାନ ସମୁଦ୍ର ଏବଂ ପାର୍ଶ୍ବବର୍ତ୍ତୀ ପୂର୍ବ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ପବନ ଝଟକା ଲାଗିପାରେ। ସେହିଭଳି ଅକ୍ଟୋବର ୧୧ ରୁ ୧୨ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସନ୍ନିକଟ ଉତ୍ତରପଶ୍ଚମ ବଙ୍ଗୋପସାଗର, ଦକ୍ଷିଣପଶ୍ଚମ ବଙ୍ଗୋପସାଗର ଏବଂ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ  ଏବଂ ପୁଦ୍ଦୁଚେରୀ ଉପକୂଳ ସମୁଦ୍ର ଏବଂ ଉପକୂଳରେ ଘଣ୍ଟାପ୍ରତି ୬୫ କିଲୋମିଟର୍ ବେଗରେ ଝଟକା ସହ ଘଣ୍ଟାପ୍ରତ ୪୫ରୁ ୫୫ କିଲୋମିଟର ବେଗରେ ବତାସ ପ୍ରବାହିତ ହୋଇପାରେ।

ଉପରୋକ୍ତ ତାରିଖମାନଙ୍କରେ ସମ୍ପୃକ୍ତ ଅଞ୍ଚଳଗୁଡ଼ିକର ସମୁଦ୍ର ଅଶାନ୍ତ ରହିବ। ତେଣୁ, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି ସେମାନେ ଉପକୂଳକୁ ଫେରି ଆସନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe