Low visibility Ajit's Plane Crash: କମ୍ ଦୃଶ୍ୟମାନତା ନଥିଲା ଅଜିତଙ୍କ ବିମାନ ଦୁର୍ଘଟଣାର କାରଣ: ଅନିଲ ଦେଶମୁଖ ଉଠାଇଲେ ପ୍ରଶ୍ନ

Advertisment

ଏନ୍‌ସିପି-ଏସ୍‌ସିପି ନେତା ଅନିଲ ଦେଶମୁଖ କହିଛନ୍ତି, କୁହାଯାଉଛି ଯେ, ଦୁର୍ଘଟଣା ଦୃଶ୍ୟମାନତା କମ୍ ଥିବାରୁ ଘଟିଛି। ଯଦିଓ ଭିଡିଓଗୁଡ଼ିକ ଦୂରରୁ ସୁଟ୍ କରାଯାଇଥିଲା, ସେଥିରେ ସ୍ପଷ୍ଟ ଭାବରେ ବିମାନ ଉଡ଼ୁଥିବା, ଅବତରଣ ସମୟରେ ଢଳି ପଡ଼ିଥିବା ଓ ଶେଷରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖାଯାଉଛି।

ଏନ୍‌ସିପି-ଏସ୍‌ସିପି ନେତା ଅନିଲ ଦେଶମୁଖ କହିଛନ୍ତି, କୁହାଯାଉଛି ଯେ, ଦୁର୍ଘଟଣା ଦୃଶ୍ୟମାନତା କମ୍ ଥିବାରୁ ଘଟିଛି। ଯଦିଓ ଭିଡିଓଗୁଡ଼ିକ ଦୂରରୁ ସୁଟ୍ କରାଯାଇଥିଲା, ସେଥିରେ ସ୍ପଷ୍ଟ ଭାବରେ ବିମାନ ଉଡ଼ୁଥିବା, ଅବତରଣ ସମୟରେ ଢଳି ପଡ଼ିଥିବା ଓ ଶେଷରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖାଯାଉଛି।

1d39edc9-2609-4485-8ba2-497a178dea5c

ମୁମ୍ବାଇ: ଅଜିତ ପାୱାରଙ୍କ ଦଳ ଓ ପରିବାର ଏବେ ବି ତାଙ୍କ ମୃତ୍ୟୁର ଧକ୍କାରୁ ମୁକୁଳି ପାରି ନାହାନ୍ତି। ଅଜିତ ପାୱାର ମୁମ୍ବାଇରୁ ବାରାମତି ଯାତ୍ରା କରୁଥିଲେ ଯେତେବେଳେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଜଣେ ବି ଯାତ୍ରୀ ବଞ୍ଚି ପାରି ନଥିଲେ। ସମସ୍ତେ ଏବେ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତର ରିପୋର୍ଟକୁ ଅପେକ୍ଷା କରିଛନ୍ତି।

କମ୍ ଦୃଶ୍ୟମାନ୍ୟତା‌ରେ କିଭଳି ଭଲ ଭାବେ ଭିଡିଓ ସୁଟିଂ ହେଲା

ଅଜିତ ପାୱାରଙ୍କ ମୃତ୍ୟୁ ସମ୍ପର୍କରେ ଏନ୍‌ସିପି-ଏସ୍‌ସିପି ନେତା ଅନିଲ ଦେଶମୁଖ କହିଛନ୍ତି, କୁହାଯାଉଛି ଯେ, ଦୁର୍ଘଟଣା ଦୃଶ୍ୟମାନତା କମ୍ ଥିବାରୁ ଘଟିଛି। ଯଦିଓ ଭିଡିଓଗୁଡ଼ିକ ଦୂରରୁ ସୁଟ୍ କରାଯାଇଥିଲା, ସେଥିରେ ସ୍ପଷ୍ଟ ଭାବରେ ବିମାନ ଉଡ଼ୁଥିବା, ଅବତରଣ ସମୟରେ ଢଳି ପଡ଼ିଥିବା ଓ ଶେଷରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖାଯାଉଛି। ତେଣୁ, ଅନେକ ଲୋକ ସନ୍ଦେହ କରୁଛନ୍ତି, ଦୃଶ୍ୟମାନତା କମ୍ ହେବା ଦୁର୍ଘଟଣାର କାରଣ ନୁହେଁ। କମ୍ ଦୃଶ୍ୟମାନ୍ୟତା‌ରେ କିଭଳି ଭଲ ଭାବେ ଭିଡିଓ ସୁଟିଂ ହେଲା ? ବ୍ଲାକ୍ ବାକ୍ସ ମିଳିଛି। ଏହାର ଯାଞ୍ଚ କରାଯିବ। ତଦନ୍ତରେ ସବୁକିଛି ପ୍ରକାଶ ପାଇବ।

ଅଧିକପଢ଼ନ୍ତୁ:ନିପା ଭାଇରସ:ଭାରତକୁ ଡବ୍ଲୁଏଚ୍‌ଓ ମୁଖ୍ୟଙ୍କ ଚେତାବନୀ

ମମତା ବାନାର୍ଜୀ ଉଠାଇଥିଲେ ପ୍ରଶ୍ନ

ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନସିପି ମୁଖ୍ୟ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ତଦନ୍ତ ଦାବି କରିଥିଲେ। ସେତେବେଳେ ଏହାକୁ ନେଇ ଶାସକ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ମମତା ବାନାର୍ଜୀ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରି କହିଥିଲେ, ଦେଶରେ କେହି ସୁରକ୍ଷିତ ନୁହଁନ୍ତି । ଏହାର ନିରପେକ୍ଷ ତଦନ୍ତ କରାଯିବା ଉଚିତ। ସେ ସତ୍ୟ ଉନ୍ମୋଚନ ପାଇଁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ କମିଟି ଦ୍ୱାରା ବିମାନ ଦୁର୍ଘଟଣାର ତଦନ୍ତ କରିବାକୁ ଦାବି କରିଥିଲେ।

ମମତାଙ୍କ ଦାବିର ଜବାବ ଦେଇଥିଲେ କଙ୍ଗନା

ମମତା ବାନାର୍ଜୀଙ୍କ ଦାବି ନେଇ ବିଜେପି ସାଂସଦ କଙ୍ଗନା ରାଣାୱତ କଡ଼ା ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ, ଏହା ଏକ ଅତ୍ୟନ୍ତ ଗମ୍ଭୀର ଓ ଦୁଃଖଦ ଘଟଣା। ଏନେଇ ସଂସଦରେ ଆଲୋଚନା ହେଉଛି। ଏଭଳି ସମ୍ବେଦନଶୀଳ ସମୟରେ ଏପରି ମନ୍ତବ୍ୟ ଦେବା ଅନୁଚିତ। ରାଜନୈତିକ ଆରୋପ -ପ୍ରତ୍ୟାରୋପରୁ ଦୂରେଇ ରହି ଅଜିତଙ୍କ ପରିବାର ପଛରେ ଠିଆ ହେବା ଉଚିତ।

ଅଧିକପଢ଼ନ୍ତୁ:ଫେବ୍ରୁଆରି ୧୨ରେ ଶେଷ ହେବ ରାଷ୍ଟ୍ରପତି ଶାସନ: ମଣିପୁରରେ ସରକାର ଗଠନ ପାଇଁ ଅଣ୍ଟାଭିଡ଼ା, ଏନ୍‌ଡିଏ ବିଧାୟକ ଦିଲ୍ଲୀରେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe