ଦଳିତ ବୋଲି ଶ୍ମଶାନରେ ଜାଗା ମିଳିଲାନି

Advertisment
ଦଳିତ ବୋଲି ଶ୍ମଶାନରେ ଜାଗା ମିଳିଲାନି

MOAA

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲା ସ୍ଥିତ ଏକ ଗ୍ରାମରେ ଅତି ଅମାନବୀୟ ଘଟଣା ଘଟିଛି। ଜଣେ ମହିଳା ଦଳିତ ବୋଲି ତାଙ୍କୁ ଶ୍ମଶାନରେ ଜାଗା ମିଳିଲାନି। ଶେଷ ସଂସ୍କାର ପାଇଁ ମହିଳାଙ୍କୁ ଗାଁ ଶ୍ମଶାସନକୁ ନିଆଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କୁ ଶ୍କଶାନରେ ଜାଗା ମିଳିନଥିଲା। ଶ୍ମଶାନ ଉଚ୍ଚ ଜାତିଙ୍କ ପାଇଁ ଉଦ୍ଦିଷ୍ଟ କହି ଦଳିତ ସମ୍ପ୍ରଦାୟର ଉକ୍ତ ମହିଳାଙ୍କ ମର ଶରୀରକୁ ତୁରନ୍ତ ଶ୍ମଶାନରୁ ହଟାଇବାପାଇଁ କୁହାଯାଇଥିଲା। ଉକ୍ତ ଘଟଣା ପାଇଁ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ବିଏସ୍‌ପି ସୁପ୍ରିମୋ ମାୟାବତୀ ଉକ୍ତ ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ଏବଂ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ କହିଛନ୍ତି। ଏଭଳି ଘଟଣା ଅତ୍ୟନ୍ତ ଲଜ୍ଜାଜନକ ବୋଲି ସେ କହିଛନ୍ତି। ମିଳିଥିବା ସୂଚନାନୁଯାୟୀ କାକଡ଼ପୁରା ଗ୍ରାମରେ ଏହି ଘଟଣା ଘଟିଛି। ପୂଜା ନାମକ ଜଣେ ୨୫ ବର୍ଷୀୟା ମହିଳାଙ୍କର ଗତ ୧୯ ତାରିଖରେ ମୃତ୍ୟୁ ହୋଇଥିଲା। ତାଙ୍କ ସ୍ବାମୀ ଶେଷ ସଂସ୍କାର ପାଇଁ ଗାଁ ମଶାଣିକୁ ନେଇଥିଲେ। କିନ୍ତୁ ଗ୍ରାମର କିଛି ଉଚ୍ଚ ଜାତିର ଲୋକ ଆସି ଶ୍ମଶାନରେ ମହିଳାଙ୍କ ଅନ୍ତିମ ସଂସ୍କାର ପାଇଁ ମନା କରିଥିଲେ। ଏହା ଉଚ୍ଚ ଜାତିର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇଥିଲା। ତେବେ ଏସ୍‌ପି ରବି କୁମାର କହିଛନ୍ତି ଉକ୍ତ ଘଟଣାରେ କୌଣସି ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକମାନେ ଉକ୍ତ ଘଟଣାକୁ ସୋସିଆଲ ମିଡିଆରେ ପ୍ରଘଟ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe