ପୁଣି ୨୫ଟଙ୍କା ବଢ଼ିଲା ରନ୍ଧନ ଗ୍ୟାସ ମୂଲ୍ୟ, ଭୁବନେଶ୍ୱରରେ ସିଲିଣ୍ଡର ଦର ୮୪୫.୫୦

Advertisment
ପୁଣି ୨୫ଟଙ୍କା ବଢ଼ିଲା ରନ୍ଧନ ଗ୍ୟାସ ମୂଲ୍ୟ,  ଭୁବନେଶ୍ୱରରେ ସିଲିଣ୍ଡର ଦର ୮୪୫.୫୦

ନୂଆଦିଲ୍ଲୀ: ଆଜି ସାରା ଦେଶରେ ପୁଣି ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ସିଲିଣ୍ଡର ମୂଲ୍ୟ ୨୫ଟଙ୍କା ବୃଦ୍ଧି ପାଇଛି। ଆଜିଠାରୁ ଏହି ନୂତନ ବର୍ଦ୍ଧିତ ଦର ଲାଗୁ ହୋଇଯିବା ପରେ ରାଜଧାନୀ ଭୁବନେଶ୍ୱରର ପରିବାରଗୁଡିକ ପାଇଁ ଏବେ ୧୪.୨ କେଜି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୪୫ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଭୁବନେଶ୍ୱରରେ ୧୪.୨ କେଜି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ୮୨୦ ଟଙ୍କା ୫୦ପଇସା ଥିଲା।

ଗତ ଫେବ୍ରୁଆରି ମାସରେ ରାଜ୍ୟରେ ଏଲପିଜି ସିଲିଣ୍ଡର ମୂଲ୍ୟ କ୍ରମାଗତ ଭାବେ ତିନି ଥର ପାଇଁ ବୃଦ୍ଧି ଘଟିଥିବା ବେଳେ ମାର୍ଚ୍ଚ ଆରମ୍ଭରୁ ଆଜି ପୁଣି ଏଲପିଜି ଦରରେ ବୃଦ୍ଧି ଘଟିଛି। ପ୍ରଥମ ଥର ପାଇଁ ଫେବ୍ରୁଆରି ୪ରେ ଏଲପିଜି ଦରରେ ୨୫ଟଙ୍କା ବୃଦ୍ଧି ଘଟିଥିବା ବେଳେ ଫେବ୍ରୁଆରି ୧୪ରେ ଆଉ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ପରେ ତୃତୀୟ ଥର ପାଇଁ ଫେବ୍ରୁଆରି ୨୫ରେ ଏଲପିଜି ସିଲିଣ୍ଡରରେ ୨୫ ଟଙ୍କାର ମୂଲ୍ୟବୃଦ୍ଧି ଘଟିଥିଲା।

publive-image Oneindia

ଆଜି ହୋଇଥିବା ଦର ବୃଦ୍ଧି ପରେ ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କୁ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ପାଇଁ ୮୧୯ଟଙ୍କା ଦେବାକୁ ହେବ। ସେହିଭଳି କୋଲକାତାର ୧୪.୨ କିଲୋଗ୍ରାମ ଏଲପିଜି  ସିଲିଣ୍ଡର ପାଇଁ ୮୪୫ଟଙ୍କା ଦେବାକୁ ହେବ। ମୁମ୍ବାଇରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୮୧୯ ଥିବା ବେଳେ ଚେନ୍ନାଇରେ ୮୩୫ ଏବଂ ହାଇଦ୍ରାବାଦରେ ଏହା ୮୭୧.୫୦ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe