ଦିଲ୍ଲୀରେ ଏଲପିଜି ସିଲିଣ୍ଡର ଦର ପୁଣି ୨୫ ଟଙ୍କା ବଢ଼ିଲା

Advertisment
ଏଲ୍‌ପିଜି ଦାମ୍ ଅସମ୍ଭାଳ, ତିନି ଦିନ ପରେ ପୁଣି ୨୫ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ଆଜି (ଗୁରୁବାର) ପୁଣି ଥରେ ଦିଲ୍ଲୀରେ ଘରୋଇ ବ୍ୟବହାର ଲାଗି ଉଦ୍ଦିଷ୍ଟ ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ଏଲପିଜି ସିଲିଣ୍ଡର ପିଛା ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି ଘଟିଛି । ଆଜିଠାରୁ ଏହି ନୂତନ ବର୍ଦ୍ଧିତ ଦର ଜାତୀୟ ରାଜଧାନୀରେ  ଲାଗୁ ହୋଇଯିବା ପରେ ଏବେ ୧୪.୨ କେଜି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୭୯୪ ଟଙ୍କା ହୋଇଯାଇଛି।

ଏହା ପୂର୍ବରୁ ଦିଲ୍ଲୀରେ ୧୪.୨ କେଜି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ୭୬୯ ଟଙ୍କା ଥିଲା। ଚଳିତ ଫେବ୍ରୁଆରି ମାସରେ ଜାତୀୟ ରାଜଧାନୀରେ ଏଲପିଜି ସିଲିଣ୍ଡର ମୂଲ୍ୟରେ କ୍ରମାଗତ ଭାବେ ବୃଦ୍ଧି ଘଟିଛି। ଏହାକୁ ମିଶାଇଲେ ତୃତୀୟ ଥର ପାଇଁ ଏଲପିଜିର ମୂଲ୍ୟ ବୃଦ୍ଧି ହୋଇଛି । ଏଲପିଜି ଦର ଫେବ୍ରୁଆରି ୪ରେ ୨୫ଟଙ୍କା (ମୂଲ୍ୟ: ୭୧୯ ଟଙ୍କା) ଏବଂ ଫେବ୍ରୁଆରି ୧୪ରେ ୫୦ ଟଙ୍କା (ମୂଲ୍ୟ: ୭୬୯ ଟଙ୍କା) ବୃଦ୍ଧି କରାଯାଇଥିଲା।

ଭାରତରେ ତୈଳ କମ୍ପାନିଗୁଡ଼ିକୁ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ନିର୍ଦ୍ଧାରଣ କରିବା ଦାୟିତ୍ୱ ଦିଆଯାଇଛି। ଅନ୍ତର୍ଜାତୀୟ ଇନ୍ଧନ ଦର ଦ୍ୱାରା ଘରୋଇ ବଜାରରେ ଏହାର ଦଳ ନିୟନ୍ତ୍ରିତ ହେଇଛି। ଅନ୍ୟପକ୍ଷରେ ତରଳ ପେଟ୍ରୋଲିୟମ ଗ୍ୟାସର ମୂଲ୍ୟ ଆମେରିକୀୟ ଡଲାର- ଭାରତୀୟ ଟଙ୍କା ବିନିମୟ ମୂଲ୍ୟରେ ପରିବର୍ତ୍ତନ ଉପରେ ନିର୍ଭର କରି ଏଲପିଜିର ଦରରେ ବୃଦ୍ଧି କିମ୍ବା ହ୍ରାସ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe