ଏଲପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି

ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳକ ୨ ଟଙ୍କା ଲେଖାଏଁ ବୃଦ୍ଧି କରିବା ପରେ ସରକାର ଏବେ ଏଲପିଜି ସିଲିଣ୍ଡର ଦର ମଧ୍ୟ ବୃଦ୍ଧି କରିଛନ୍ତି । ତେବେ ଫରକ ହେଉଛି ଯେ ତେଲଦର ବୃଦ୍ଧିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବ ନାହିଁ, କିନ୍ତୁ ଏଲପିଜି ଦରବୃଦ୍ଧିର ପ୍ରଭାବର ଖାଉଟିଙ୍କ ଉପରେ ପଡ଼ିବ।

ଅଦ୍ୟତନ ହୋଇଛି
lpg

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳକ ୨ ଟଙ୍କା ଲେଖାଏଁ ବୃଦ୍ଧି କରିବା ପରେ ସରକାର ଏବେ ଏଲପିଜି ସିଲିଣ୍ଡର ଦର ମଧ୍ୟ ବୃଦ୍ଧି କରିଛନ୍ତି । ତେବେ ଫରକ ହେଉଛି ଯେ ତେଲଦର ବୃଦ୍ଧିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବ ନାହିଁ, କିନ୍ତୁ ଏଲପିଜି ଦରବୃଦ୍ଧିର ପ୍ରଭାବର ଖାଉଟିଙ୍କ ଉପରେ ପଡ଼ିବ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସୂଚନା ଅନୁସାରେ ସବୁପ୍ରକାରର ଏଲପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି । ଉଜ୍ଜଳା ଯୋଜନାରେ ଏଲପିଜି ପାଉଥିବା ଗ୍ରାହକଙ୍କ ପାଇଁ ବି ଏହି ଦର ବୃଦ୍ଧି ଲାଗୁ ହେବ । ଏଣିକି ସେମାନଙ୍କୁ ଏଲପିଜି ସିଲିଣ୍ଡର ପିଛା ୫୦୦ ବଦଳରେ ୫୫୦ ଟଙ୍କା ଦେବାକୁ ହେବ । ଅନ୍ୟପକ୍ଷରେ ସାଧାରଣ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ଭୁବନେଶ୍ବର ଏବେ ୮୨୯ ଟଙ୍କା ଥିବାବେଳେ ଦରବୃଦ୍ଧି ପରେ ତାହା ୮୭୯ ଟଙ୍କା ହେବ । ତେବେ ଏହି ଦରବୃଦ୍ଧିର କାରଣ ସମ୍ପର୍କରେ ସରକାର କୌଣସି ସୂଚନା ଦେଇନାହାନ୍ତି ।

ଗତ ସପ୍ତାହରେ ସରକାର ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୪୧ ଟଙ୍କା ଲେଖାଏଁ ବୃଦ୍ଧି କରିଥିଲେ । ଏହି ଦରବୃଦ୍ଧି ଦ୍ବାରା ହୋଟେଲ, ରେସ୍ତୋରାଁ ଓ ଅନ୍ୟ ଭୋଜନାଳୟମାନେ ପ୍ରଭାବିତ ହୋଇଥିଲେ । 

ଏହି ଦରବୃଦ୍ଧିକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଏକ୍ସରେ ସେ ଲେଖିଛନ୍ତି, “ଏଲପିଜି ଗ୍ୟାସ ସିଲିଣ୍ଡରର ଅଭାବ ଥିଲା, ମୋଦି ଜୀ... ଏଥର "ଉଜ୍ଜ୍ୱଳା"ର ଗରିବ ମହିଳାଙ୍କ ସଞ୍ଚୟ ଉପରେ ମଧ୍ୟ ମୁଦ୍ରାସ୍ଫୀତିର ଚାବୁକ ପଡ଼ିଲା। ଲୁଟ୍, ବଟି ଆଦାୟ, ଠକେଇ...ସବୁ ମୋଦୀ ସରକାରଙ୍କ ସମାର୍ଥବୋଧକ ହୋଇଗଲାଣି।“

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe