ନିର୍ବାଚନ ୨୦୧୯: ଆଚରଣ ବିଧି ଘୋଷଣାର ୨ ସପ୍ତାହ ମଧ୍ୟରେ ନିର୍ବାଚନ କମିଶନ ଦେଶର ୧୮ ରାଜ୍ୟରୁ ଜବତ କଲେ ୫୩୯ କୋଟି

Advertisment
ନିର୍ବାଚନ ୨୦୧୯: ଆଚରଣ ବିଧି ଘୋଷଣାର ୨ ସପ୍ତାହ ମଧ୍ୟରେ ନିର୍ବାଚନ କମିଶନ ଦେଶର ୧୮ ରାଜ୍ୟରୁ ଜବତ କଲେ ୫୩୯ କୋଟି

Photo courtesy: News India

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ଗତ ମାର୍ଚ୍ଚ ୧୦ ତାରିଖ ଠାରୁ ସମଗ୍ର ଦେଶରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଛି। ଚଳିତ ନିର୍ବାଚନରେ କଳାଧନର କାରବାରକୁ ରୋକିବା ପାଇଁ ନିର୍ବାଚନ କମିଶନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ମାର୍ଚ୍ଚ ୧୦ ତାରିଖ ଠାରୁ ୨୪ ତାରିଖ, ଦୁଇ ସପ୍ତାହ ମଧ୍ୟରେ ଦେଶର ୧୮ଟି ରାଜ୍ୟରୁ ନିର୍ବାଚନ କମିଶନ ୫୩୯.୯୯୨ କୋଟି ଟଙ୍କା ଜବତ କରିବା ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ଏହି କ୍ରମରେ ନିର୍ବାଚନ କମିଶନ ଉତ୍ତରପ୍ରଦେଶରୁ ସର୍ବାଧିକ ୧୦୪.୨୩ କୋଟି ଜବତ କରିଥିବା ବେଳେ ଆଣ୍ଡାମାନ ଓ ନିକୋବାରରୁ ସର୍ବନିମ୍ନ ୦.୯ କୋଟି ଟଙ୍କା ଜବତ କରିଛନ୍ତି।

publive-image Photo courtesy: News India

ଏତଦ୍‌ ବ୍ୟତୀତ ଆନ୍ଧ୍ରପ୍ରଦେଶରୁ ୧୦୩.୪ କୋଟି, ଗୁଜୁରାଟରୁ ୬ କୋଟି, ମଣିପୁରରୁ ୨୨.୬ କୋଟି, ପଶ୍ଚିମବଙ୍ଗରୁ ୧୬.୨୯୫ କୋଟି, ଆସାମରୁ ୪.୨୦ କୋଟି ଓ ଅରୁଣାଚଳ ପ୍ରଦେଶରୁ ୨.୨୮ କୋଟି ଜବତ ହୋଇଥିବା ବେଳେ କର୍ଣ୍ଣାଟକରୁ ୨୬.୫୩ କୋଟି, ମଧ୍ୟପ୍ରଦେଶରୁ ୯.୧୯୭ କୋଟି ଏବଂ ମହାରାଷ୍ଟ୍ରରୁ ୧୯.୧୧ କୋଟି ଜବତ କରିଛନ୍ତି ନିର୍ବାଚନ କମିଶନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe